January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଥାନାରୁ ନିଖୋଜ ହେଲେ ନାବାଳକ

ନିଖୋଜ ନାବାଳକ କୁ ଉଦ୍ଧାର କରି ଥାନାରେ ଜିମା ଦିଆଯାଇଥିବା ବେଳେ ପୁଣି ଥାନାରୁ ନିଖୋଜ ହେଲେ ନାବାଳକ। ପୁଅ ନମିଳିଲେ ଥାନାରେ ଆତ୍ମହୁତି ଦେବେ ମା।

ସୋର : ୧୨/୦୯/୨୪

ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ରାଧାବଲ୍ଲଭପୁର ଗ୍ରାମର ଜଣେ ୧୩ ବର୍ଷର ଛାତ୍ର ଆଜି ସକାଳ ୯.୩୦ମିନଟ ସମୟରେ ଗାଁରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏହି ଗ୍ରାମର ମାନସ ବେହେରା ଏବଂ ସବିତା ବେହେରାଙ୍କ ପୁତ୍ର ମହେଶ ବେହେରା(୧୩)ନିକଟସ୍ଥ ରଙ୍ଗପତି ସ୍କୁଲର ପଢ଼ନ୍ତି। ଆଜି ରାଧାଷ୍ଟମୀ କାରଣରୁ ସ୍କୁଲ ଯାଇ ନଥିବା ବେଳେ ଗାଁର ଏକ ଦୋକାନ ପାଖରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମତ୍ରେ କିଛି ସମୟ ପରେ ତାଙ୍କ ପରିବାର ଲୋକେ ପାଇ ନଥିଲେ।

ଏହାପରେ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିବା ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ପରେ ରାତିରେ ବେଲଦା ଅଂଚଳର ଜଣେ ଲୋକ ତାଙ୍କୁ ପାଇ ସୋର ଥନାରେ ଜିମା ଦେଇ ଲିଖିତ ଭାବେ ଯାଇଥିଲେ। ମାତ୍ର ପରିବାର ଲୋକେ ଥାନାରେ ପହଂଚି ପିଲାକୁ ପାଇନଥିଲେ। ଜିମା ଦିଆଯାଇଥିବା ଥାନା କର୍ମଚାରୀଙ୍କ ଅବହେଳାରୁ ପିଲାଟି ପୁନଶ୍ଚ କେଉଁଠି କୁ ଚାଲିଯାଇଛନ୍ତି। ତେବେ ଉକ୍ତ ପିଲା ର ମା ଥନାରେ ପହଂଚି ପିଲା ନମିଳିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେବା ସହିତ ଥନାରେ କାନ୍ଦି କାନ୍ଦି ଗଡୁଥିବା ଦେଖିବାକୁ ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।