ମୋ ଟିଭି ଓଡିଶା / ଖୋର୍ଦ୍ଧା :
ନିରାକାରପୁର ଥାନା ଅଧୀନସ୍ଥ ରାମେଶ୍ବର ଛକ ପେଟ୍ରୋଲ ପମ୍ପଠାରେ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ।ଗୁରୁତର ବ୍ୟକ୍ତି ଜଣଙ୍କ ନିରାକାରପୁର ଥାନା ଅନ୍ତର୍ଗତ ତିଆ ଗ୍ରାମର ପ୍ରେମାନନ୍ଦ ସାହୁ।ଗୁରୁତର ପ୍ରେମାନନ୍ଦ ର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ରି କରାଯାଇଛି। ସୂଚନା ଜଣାପଡିଛି ପ୍ରେମାନନ୍ଦ ବାଇକ୍( ଓଆର ୦୨ଏଡି ୮୧୬୫)ରେ ନିଜ ଗ୍ରାମରୁ ବଡ଼ପୋଖରୀଆ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାମେଶ୍ୱର ପେଟ୍ରୋଲ ପମ୍ପରୁ ତେଲ ପକାଇ ଆସୁଥିବା ଏକ ଟ୍ରକ୍ (ଓଡି ୦୪ରି ୭୮୭୯) ପ୍ରେମାନନ୍ଦଙ୍କ ବାଇକ୍ ସାଇଡରୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ରୁ ଛିଟିକି ରାସ୍ତା ଉପରେ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ପରେ ଭୂବନେଶ୍ୱର ର ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ସେ ଏବେ ଆଆସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।
More Stories
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।