ନୂତନ ଗୃହ ଏବଂ ନୂତନ ପାଚେରୀ ପାଇଁ ଦାବୀ ?କୋଠରୀରୁ ଗଳୁଛି ପାଣି ।
ମୋଟିଭି ଓଡ଼ିଶା, ଦାରିଙ୍ଗବାଡି୨୫/୭(ସୁଶାନ୍ତ କୁମାର ସାହୁ):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ରେ ଥିବା ୧ନମ୍ବର ଅଙ୍ଗନବାଡି ଗୃହ ନିକଟରେ ତିଆରି ହୋଇଥିବା ପାଚେରୀ ଭାଙ୍ଗିଯାଇଛି। ଲଗାତାର ବର୍ଷା ହେବା ଯୋଗୁ ଏହି ପାଚେରୀ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତେବେ ଭାଙ୍ଗିଯାଇଥିବା ଏହି ପାଚେରୀ ଯୋଗୁ ଭୟରେ କୁନି କୁନି ଛାତ୍ର ଛାତ୍ରୀ ଅଭିଭାବକ ତେବେ ଦୀର୍ଘ ଦିନ ହେଲା ପାଚେରୀ ଦୃବଳ ଥିବା ଅଭିଯୋଗ ହୋଇଥିଲା ହେଲେ ମରାମତି କରାଯାଇନଥିଲା ଯାହାରି ଫଳରେ ଲଗାଣ ବର୍ଷା ଲାଗି ରହିଥିବା କାରଣରୁ ଏଭଳି ପରିସ୍ଥିତି ହୋଇଥିବା ଜଣାପଡିଛି l ପୁର୍ନର୍ବାର ନୂତନ ପାଚେରୀ ନିର୍ମାଣ ପାଇଁ ଅଙ୍ଗନବାଡି କର୍ମୀ ଗୀତାଞ୍ଜଳୀ ପାତ୍ର ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହିତ ବ୍ଲକ ପ୍ରଶାସନକୁ ଜଣାଇଥିବା କହିଛନ୍ତି ।ଏପଟେ ଅଙ୍ଗନବାଡି ଗୃହରୁ ପାଣି ଗଳୁଥିବାରୁ କୁନି କୁନି ଛାତ୍ର ଛାତ୍ରୀ ମାନେ ଅଙ୍ଗନବାଡିକୁ ଅଧିକାଂଶ ଆସୁନଥିବା ଦେଖିବାକୁ ମିଳୁଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।