କମିଟି ପାଇଁ ଆସିଲା ନୂଆ ଗାଇଡଲାଇନ। ୧୮ ନଭେମ୍ବର ୨୦୨୪ରେ ହାଇକୋର୍ଟ ଦେଇଥିବା ରାୟ ଅନୁସାରେ, ଗଠନ ହେବ ନୂଆ ପରିଚାଳନା କମିଟି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସଚିବ । ୭ଟି ଫର୍ମୁଲା ଆପଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ୫ଜଣ ସେବାୟତ ନୂଆ ପରିଚାଳନା କମିଟିକୁ ମନୋନୀତ ହେବେ । ସେବକଙ୍କ ସମର୍ପଣ ଓ ନିଷ୍ଠା ଦେଖି ନିଆଯିବ ନିଷ୍ପତ୍ତି । ଅନ୍ୟ ସେବକ ଓ ସେବାୟତ ନିଯୋଗ ସହ ସୁସମ୍ପର୍କ ଥିବା ସେବାୟତଙ୍କୁ ପ୍ରାଥମିକତା ଦିଆଯିବ । କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ସ୍ଥାନ ମିଳିବ ନାହିଁ । ବିବାଦର ସମାଧାନ ଦକ୍ଷତା ରଖିଥିବା ସେବାୟତଙ୍କୁ ସୁଯୋଗ ଦିଆଯିବ । ଦ୍ଵିତୀୟ ଥର ପାଇଁ ପରିଚାଳନା କମିଟି ଯିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ।
ମୋ ଟିଭି ଓଡିଶା, ପୁରୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।