କଳାହାଣ୍ଡି:୧୪/୦୯(ସନତ ପ୍ରଧାନୀ)
ବିଦେଶ ରେ ମହକିଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ର ମହକ।ଆମେରିକାର ସିଏଟଲ ସହରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପଶ୍ଚିମ ଓଡ଼ିଶାର ପ୍ରବାସୀ ଓଡ଼ିଆ ଧୁମଧାମରେ ନୂଆଁଖାଇ ପାଳନ କରିଥିଲେ ।
ଦୀର୍ଘ ୧୨ ବର୍ଷ ଧରି ଆମେରିକାର ସିଏଟଲ ସହରରେ ନୂଆଁଖାଇ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ସିଏଟଲ ସହରର ଟୋଲଟ ମେକଡୋନାଲଡ଼ ପାର୍କ ଠାରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଏକତ୍ରିତ ହୋଇ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରି ନବାନ୍ନ ଗ୍ରହଣ କରିଥିଲେ ।
ପରେ ସମସ୍ତେ ସେମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ସିଏଟଲ ଆମେରିକାର କ୍ଲାଉଡ଼ ହବ ଭାବରେ ଜଣାଶୁଣା । ଏଠାରେ ମାଇକ୍ରୋସଫ୍ଟ, ଅମାଜନ, ଏକ୍ସପେଡ଼ିଆ, ବୋଇଂର ମୁଖ୍ୟ କାର୍ଯ୍ୟାଳୟ ରହିଛି । ସେହିଭଳି ଆପଲ, ଗୁଗୁଲ, ମେଟା, ଡୋକଜିନ ଭଳି ବହୁ ଆଇଟି କମ୍ପାନୀ ପ୍ରବାସୀ ଓଡ଼ିଆମାନେ କାର୍ଯ୍ୟରତ ଅଛନ୍ତି ।
ନୂଆଁଖାଇ ପରେ ଡାଲଖାଇ, ରସରକେଳିର ତାଳେ ତାଳେ ସମସ୍ତେ ସଂସ୍କୃତି କାର୍ଯ୍ୟକ୍ରମରେ ସାମିଲ ହୋଇ ନାଚଗୀତ ପରିବେଷଣ କରିଥିଲେ। ପିଠାପଣାଏବଂ ସୁସ୍ୱାଦୁ ବ୍ୟଞ୍ଜନରେ ପାର୍କ ମହକି ଉଠିଥିଲା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।