କଳାହାଣ୍ଡି:୧୮/୦୧(ସନତ ପ୍ରଧାନୀ)
ଶନିବାର କୋକସରା ଗ୍ରାମ ପଞ୍ଚାୟତ ପକ୍ଷରୁ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବ୍ଲକ ର ସମସ୍ତ ବିଭାଗୀୟପ୍ରଶାସନିକ ଅଧିକାରୀ ଙ୍କ ସହ ଏକାଭିମୁଖୀ ବୈଠକ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ, ମନରେଗା ଯୋଜନା, ପଞ୍ଚଦଶ ଅର୍ଥ କମିଶନ ଯୋଜନା, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ବିଦ୍ୟୁତ, ଜଳସେଚନ ଓ ଅନ୍ୟାନ୍ୟ ଯୋଜନା ଉପରେ ଗ୍ରାମ ପଞ୍ଚାୟତ ର ଶସକ୍ତି କରଣ ଓ ବିକାଶ ମୂଳକ ଯୋଜନା ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ,କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ବ୍ଲକ ଗୋଷ୍ଠି କୃଷି ଅଧିକାରୀ ରାକେଶ ମାଝୀ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ଗ୍ରାମ୍ୟ ଜଳସେଚନ ଓ ପରିମଳ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆର୍କ, ବିଇଓ ସୁଶ୍ରୀ ରଶ୍ମିତା ନେତମ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଜିପିଡ଼ିଓ ରାଜେନ୍ଦ୍ର ପାତ୍ର,ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ହିମାଂଶୁ ଦାସ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ, ଏପିଓ ସତିଶ ବେହେରା, ବିପିସି ଜିତେନ୍ଦ୍ର ମିଶ୍ର ଓ ଅନ୍ୟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ପିଇଓ ଭବିଷ୍ୟତ ପଟେଲ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ର ନାଏକ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।