February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୋକାନ ତାଲା କାଟି ଲୁଟ ଜଣେ ଗିରଫ କୋର୍ଟ ଚାଲାଣ।


Anchor_

ମୋ ଟିଭି ଓଡିଶା / ଖୋର୍ଦ୍ଧା : ଦୋକାନ ତାଲା ଭାଗିଂ ଲୁଟ ଲୁଟେରା ଗିରଫ। ଲୁଟେରା ମାନେ ଦୋକାନ ତାଲା ଭାଗିଂ ଦୋକାନରେ ଥିବା ମୂଲ୍ୟବାନ ଜିନିଷପତ୍ର ଓ ଟଙ୍କା କରିଛନ୍ତି ଲୁଟି ନେଇ ଥିଲେ ପୋଲିସରେ ଅଭିଯୋଗ ପରେ ଗିରଫ ହୋଇଛି ଲୁଟେରା। ସୂଚନାରୁ ଜଣାପଡିଛି ନିରାକାରପୁର ଥାନା ଅନ୍ତର୍ଗତ ନନପଡା ପ୍ରଧାନ ମାର୍କେଟ କମ୍ଲେକ୍ସ ନିକଟରେ ଦିବ୍ୟସିଂହପୁର ଗ୍ରାମର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଯୁବକ ଏକ ଭେରାଇଟ ଦୋକାନ କରିଥିଲେ।ଶନିବାର ବିଳମ୍ବିତ ରାତିରେ ଲୁଟେରା ମାନେ ପ୍ରଶାନ୍ତ ଦୋକାନ ଗ୍ରୀଲ ତାଲା ଭାଗିଂ ଦୋକାନରେ ଥିବା ଜିନିଷପତ୍ର ଲୁଟିଥିବା ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲୁଟେରା ଦୋକାନରୁ ଲୁଟି ନେଇଥିବା ଘଟଣା ସିସିଟିଭି ରେ କଏଦ ହୋଇଥିଲା। ସିସିଟିଭି ଆଧାରରେ ପୋଲିସ ଲୁଟେରାକୁ ଧରିବାରେ ସଫଳ ହୋଇଛି। ଲୁଟେରା ଜଣଙ୍କ ନିରାକାରପୁର ଥାନା ଖଜୁରୀପଡା ମୁସଲିମ ସାହିର ଏସ୍ କେ ଅରବାଜ। ଲୁଟେରା କୁ କୋର୍ଟ ଚାଲାଣ କରିଛି ପୋଲିସ। ଅରବାଜ ଜଣେ ପେଶାଦାର ଲୁଟେରା ତା ନାମରେ ଏକାଧିକ ଚୋରି ମାମଲା ଥିବା ପୋଲିସ ସୂଚନାରୁ ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।