MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛାତ୍ରୀ ଙ୍କୁ ବଞ୍ଚାଇବା କୁ ଯାଇ ଭାରସାମ୍ୟ ହରାଇ ପିକଅପ ଗାଡି ଦୁର୍ଘଟଣା l

ମୋ ଟିଭି ଓଡିଶା / କଳାହାଣ୍ଡି : ୦୬/୦୮


କୋରାପୁଟ ରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ଏକ ପିକଅପ ଗାଡି ଓଡ଼ି ୧୦ ଏସ ୦୦୫୪ ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ଗ୍ରାମ ଡୁମେର ବନ୍ଧ ନିକଟରେ ଏକ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଚାଷଜମି ରେ ଓଲଟି ପଡିଥିଲା।ତେବେ ଦୁର୍ଘଟଣା ରୁ ଗାଡି ର ଡ୍ରାଇଭର ରଞ୍ଜନ ନାଏକ ଓ ହେଲ୍ପର ଦିପୁନ ଯାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଆମପାଣି ଥାନା ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡି କୁ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପର ଙ୍କୁ ଡାକ୍ତରଖାନା ପଠାଇ ଥିଲେ।ତେବେ ଦୁଇ ଜଣ ଙ୍କୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ତେବେ ଡ୍ରାଇଭର ଙ୍କ କହିବା ଅନୁଯାୟୀ ରାସ୍ତା ରେ କିଛି ଛାତ୍ରୀ ସାଇକେଲ ରେ ସ୍କୁଲ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି କୁ ସାଇଡ଼ ଦେବା ସମୟରେ ଛାତ୍ରୀ ଙ୍କୁ ବଞ୍ଚାଇବା କୁ ଯାଇ ଦୁର୍ଘଟଣା ହୋଇଥିବା କହିଛନ୍ତି।


Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।