January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟ୍ରାକ୍ଟର ସହ ଧକ୍କା ହେଲା ୧୮୦ ଯାତ୍ରୀ ନେଇ ଯାଉଥିବା ବିମାନ

ମୋଟିଭି ଓଡିଶା : ପୁଣେ : ପୁଣେ ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି।  ଦିଲ୍ଲୀକୁ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ରନୱେକୁ ଯିବା ପୂର୍ବରୁ ଯାତ୍ରୀଙ୍କ ଜିନିଷ ନେଇ ଯାଉଥିବା ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହା ଫଳରେ ବିମାନର ସାମ୍ନା ପାଖ ଓ ଅବତରଣ ଗିୟର ପାଖ ଟାୟାର ଫାଟିଯାଇଥିବା ଜଣାପଡ଼ିଛି। ଏହି ସମୟରେ ବିମାନରେ ୧୮୦ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟରେ ବିମାନରେ ଯାତ୍ରୀମାନେ ଥିଲେ ବି କେହି ଆହତ ହୋଇନଥିବା ଘଟଣା ବିଷୟରେ ସୂଚନା ଦେଇଛନ୍ତି ବିମାନବନ୍ଦର ଅଧିକାରୀ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନ ୪ଟାରେ ପୁଣେରୁ ଦିଲ୍ଲୀ ଯବା ପାଇଁ ଯାତ୍ରୀମାନେ ଆସି ଏୟାର ଇଣ୍ଡିଆ ବିମାନ ଏ୧-୮୫୮ରେ ବସିଥିଲେ। ପାର୍କିଂରୁ ବାହାରି ବିମାନଟି ରନୱେ ଆଡକୁ ଯାଉଥିବା ବେଳେ ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହି କାରଣରୁ ବିମାନ ଉଡ଼ାଣ ବିଳମ୍ବ ହେବା ସହ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।