MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବେନାମି ନମ୍ବରରେ ପୋଲିସ ଏଏସଆଇ ଚଲାଇଛନ୍ତି ମୋଟର ସାଇକେଲ।

ମୋ ଟିଭି ଓଡିଶା / ଖୋର୍ଦ୍ଧା : ସରକାରଙ୍କ ପରିବହନ ବିଭାଗ ଗାଡିମୋଟର ପଲ୍ୟୁସନ ଓ ଗାଡିର ନମ୍ବର ପ୍ଲେଟ ପରିବର୍ତ୍ତନ କରିବା ପାଇଁ ଅନେକ ଥର ବିଜ୍ଞ୍ୟାପନ ବାହାର କରି ଲୋକ ମାନଙ୍କୁ ସଚେତନ କରାଉଛନ୍ତି। ପୋଲିସକୁ ଦାୟିତ୍ୱ ଦିଆଯାଇଛି ପୋଲିସ ମଧ୍ୟ ରାସ୍ତାରେ ଗାଡିମୋଟର କାଗଜପତ୍ର ଯାଚଂ କରି ଲୋକଙ୍କ ଠାରୁ ଜୋରିମାନା ଆଦାୟ କରୁଛି ଏବଂ କେତେକ ଗାଡିକୁ ଜବତ କରି କେସ କରୁଛି। ଆଇନର ରକ୍ଷକ ହେଉଛି ପୋଲିସ। ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପୋଲିସ ର କର୍ତ୍ତବ୍ୟ। ଯଦି ସାଧାରଣ ଲୋକଟି ଅସୁବିଧା ରେ ପଡିଥାଏ ତେବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥାଏ। ହେଲେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପୋଲିସ ଏଏସଆଇ ଚଲାଉଛନ୍ତି ବେନାମି ଗାଡି ନମ୍ବର ରେ ମୋଟର ସାଇକେଲ।

ଦେଖନ୍ତୁ ଏ ହେଉଛନ୍ତି ସେହି ପୋଲିସ ଏଏସଆଇ ଭଗବାନ ନାୟକ। ଉକ୍ତ ଏଏସଆଇ ଜଣଙ୍କ ଦିର୍ଘଦିନ ହେବ ଜଂକିଆ ଥାନାରେ କାର୍ଯ୍ୟ କରୁଥିଲେ ସେ ସରକାରୀ କ୍ୱାଟର ପାଇ ରହୁଥିଲେ। ଜଂକିଆ ରେ ଥିବା ସମୟରେ ଚୋରା ପଥର ବେପାରୀ ଚୋରା ମଦ ବେପାରୀ ମାନଙ୍କ ସହିତ ସମ୍ପର୍କ ରଖି ଭଲ ମୁନାଫା କମାଇଥିଲେ। ଅନେକ ସମୟରେ ସେ ପଥର ଗାଡିକୁ ରାସ୍ତାରେ ଅଟକାଇ ଟଙ୍କା ଆଦାୟ କରୁଥିବା ଭିଜୁଆଲ ମଧ୍ୟ ହସ୍ତଗତ ହୋଇଛି। ଗତ ସାତମାସ ହେବ ତାଙ୍କର ବୋଲଗଡ ଥାନାକୁ ବଦଳି ହୋଇଥିଲା ସେଠାରେ ସେ ୨/୩ମାସ ରହିବା ପରେ ତାଙ୍କୁ ପୋଲିସ ହେଡ କ୍ୱାଟରକୁ ବଦଳି କରାଗଲା। ଉକ୍ତ ଏଏସଆଇ ଜଣଙ୍କ ଦିରଦିନ ହେବ ଜଂକିଆ ଥାନାରେ ଥିବା ସମୟରୁ ଗୋଟିଏ ମୋଟର ସାଇକେଲ ଚଲାଉଛନ୍ତି ଯାହାର ନମ୍ବର OR05_AC_4119 ଉକ୍ତ ନମ୍ବର ଯାଚଂ କରିବା ପରେ ଜଣାପଡିଲାକି ଏହିଟି ଗୋଟିଏ ସ୍କର୍ପିଓ କାର ନମ୍ବର।

ମୋଟର ସାଇକେଲ ରେ ଗୋଟିଏ ସ୍କର୍ପିଓ କାର ନମ୍ବର ଲେଖି ଚଲାଇବା ବେନାମି। ପୋଲିସ ଏଏସଆଇ ଜଣଙ୍କ ବେନାମି ନମ୍ବର ରେ ଗାଡି ଚଲାଉଥିବା ଜାଣି ଆମ ପ୍ରତିନିଧି ଉକ୍ତ ପୋଲିସ ଏଏସଆଇ ଜଣଙ୍କୁ ପଚାରିବାରେ ସେ ହଡବଡେଇ ହୋଇ ଗାଡି କାଗଜପତ୍ର ଠିକ ଅଛି କହି ମୁହଁ ଆଡେଇ ଜଂକିଆ ଥାନା ଭିତରେ ଥିବା କ୍ୱାଟରକୁ ଚାଲିଗଲେ। ପରବର୍ତ୍ତୀ ସମୟରେ ଜଣାପଡିଲା କି ଉକ୍ତ ଗାଡିର ନମ୍ବର ପରିବର୍ତ୍ତନ ହୋଇଛି। ପୂର୍ବରୁ ଗାଡି ନମ୍ବର ଥିଲା OR05_AC_4119 ଏବେ ହୋଇଛି OR05_AC_4419।

ତେବେ ପୂର୍ବରୁ କର୍ତ୍ତବ୍ୟରତ ଜଣେ ପୋଲିସ ଏଏସଆଇ କାହିଁକି ଗୋଟିଏ ସ୍କର୍ପିଓ ନମ୍ବର ଥିବା ନମ୍ବରକୁ ମୋଟର ସାଇକେଲରେ ଲେଖି ଚଲାଉଥିଲେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା। ପ୍ରକୃତ ରେ ସେହି ମୋଟର ସାଇକେଲ ଟିକୁ ଏଏସଆଇ କିଣିଛନ୍ତି ନା ସେ ମୋଟର ସାଇକେଲଟି ଚୋରା ଗାଡି। ଉକ୍ତ ଏଏସଆଇ ଜଣଙ୍କ ଖୋର୍ଦ୍ଧା ହେଡ୍ କ୍ୱାଟରକୁ ବଦଳି ହୋଇ ଯିବାପରେ ବିଭିନ୍ନ ଆଳ ଦେଖାଇ ନିଜର ସ୍ୱାର୍ଥ ସାଧନ ନିମନ୍ତେ କ୍ୱାଟର ଟିକୁ ନିଜ ଅକ୍ତିଆରରେ ରଖି ମାଡି ବସିଛନ୍ତି। ଯଦି କର୍ତ୍ତବ୍ୟରେ ଥିବା ଜଣେ ପୋଲିସ ଏଏସଆଇ ଏଭଳି ଭୁଲ କରନ୍ତି ତାଙ୍କ ପାଇଁ କଣ କାର୍ଯ୍ୟାନୁଷ୍ଠାନ ନେବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ। ଏ ନେଇ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ ଜଂକିଆ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦେଖାଯାଉ ଉକ୍ତ ପୋଲିସ ଏଏସଆଇ ଜଣଙ୍କ ବିରୋଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।