January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବତନ ସ୍କୁଲ ସଭାପତି ଜିଲ୍ଲାପାଳଙ୍କୁ ସ୍କୁଲର ଅନିୟମିତତା ନେଇ ଅଭିଯୋଗ ପରେ, ସ୍କୁଲ ପରିଚାଳନା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।


ମୋ ଟିଭି ଓଡିଶା / କଳାହାଣ୍ଡି:୨୨/୦୬


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ମୂଷାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଗୋପାଳ ସ୍କୁଲ କମିଟି ଓ ଶିକ୍ଷକ ଙ୍କ ବିରୋଧ ରେ ବିଭିନ୍ନ ଅଭିଯୋଗ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଶୁକ୍ରବାର ଏନେଇ ମୂଷାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟି ଉପ ସଭାନେତ୍ରୀ ଶ୍ରୀମତୀ ଇନ୍ଦ୍ରା ଗୋପାଳ, ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାଏକ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଞ୍ଜେଶ୍ୱର ପୋଟା, ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଗ୍ରାମବାସୀଙ୍କ ଉପସ୍ଥିତି ଏକ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଗୋପାଳ ଙ୍କ ବିଶୃଙ୍ଖଲିତ ଆଚରଣ କାରଣରୁ ତାଙ୍କୁ ସ୍କୁଲ ପରିଚାଳନା କମିଟିରୁ ଗତ ୧୩/୦୪/୨୪ ରେ ବହିଷ୍କାର କରିବା ପରେ ସେ ଆକ୍ରୋଶ ମୂଳକ ଭାବେ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକଙ୍କ ନାମରେ ଅଭିଯୋଗ କରିଥିବା ଓ ତାଙ୍କ ଅଭିଯୋଗ ଭିତ୍ତିହୀନ ବୋଳି ପ୍ରଧାନ ଶିକ୍ଷକ, ପରିଚାଳନା କମିଟିର ସଦସ୍ୟ ତଥା ସ୍ଥାନୀୟ ସରପଞ୍ଚ ଓ ଛାତ୍ରୀ ମାନେ ପାଲଟା ଅଭିଯୋଗ କରିଛନ୍ତି ।

ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ଅନୁସାରେ ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଗୋପାଳ ସ୍କୁଲର ସମସ୍ତ କାର୍ଯ୍ୟରେ ନିଜର ଏକଛତ୍ରବାଦ ଜାହିର କରିବା, ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ସମୟରେ ଅଶାଳୀନ ବ୍ୟବହାର କରିବା, ଯେ କୌଣସି ବିଲରେ ଦସ୍ତଖତ ବଦଳରେ ଅର୍ଥ ଦାବି କରିବା, ସ୍କୁଲ ର କନିଷ୍ଠ ଶିକ୍ଷକଙ୍କୁ ଧମକଚମକ ସହ ମାନସିକ ନିର୍ଯ୍ୟାତନା ଦେବା, ସ୍କୁଲରେ ନିଜର ସମ୍ପର୍କୀୟ ଭାଇ ବୋହୁଙ୍କୁ ବେଆଇନ ଭାବେ ନିଯୁକ୍ତି ଦେବା, ସ୍କୁଲର ଶିକ୍ଷକ ମାନଙ୍କୁ ଅନେକ ସମୟରେ ମିଡିଆ ନା ରେ ବ୍ଲେକମେଲିଙ୍ଗ କରିବା ଭଳି କାର୍ଯ୍ୟ କରୁଥିଲେ। ଏହାକୁ ବିରୋଧ କରିବାରୁ ଓ ତାଙ୍କ କଥାକୁ ଅମାନ୍ୟ କରିବାରୁ ସେ ଆକ୍ରୋଶ ମୂଳକ ଭାବେ ଭିତ୍ତିହୀନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଏହି ଘଟଣାକୁ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାଏକ ଓ ପ୍ରଧାନ ଶିକ୍ଷକ ଶ୍ରୀ ପୋଟା ପୂର୍ବତନ ସଭାପତି ଶ୍ରୀ ଗୋପାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଖଣ୍ଡନ କରିଛନ୍ତି। ତେବେ ଏନେଇ କୋକସରା ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତମ ଙ୍କ ପ୍ରତିକ୍ରିୟା ନେବାରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅଭିଯୋଗ ସମ୍ବନ୍ଧୀୟ କୌଣସି ରିପୋର୍ଟ ମୋ ପାଖକୁ ଆସିନାହିଁ ବୋଳି କହିଛନ୍ତି।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।