ମୋ ଟିଭି ଓଡ଼ିଶା,ଫୁଲବାଣୀ:୧/୦୮(ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ):
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ପ୍ରାଥମିକ ବିଦ୍ୟାଳୟ ଏବେ ବହୁ ସମସ୍ୟା ଭିତରେ ଗତି କରୁଛି l ବିଦ୍ୟାଳୟ ଟି ଗୋଛାପଡ଼ା ଠାରୁ ଫୁଲବାଣୀ ଯାଇଥିବା ମୁଖ୍ୟ ରାସ୍ତାର କଡରେ ରହିଛି l ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ବିଦ୍ୟାଳୟର ଚାରି ପଟେ ପାଚେରୀ ନିର୍ମାଣ ମଧ୍ୟ କରାଯାଇ ବିଦ୍ୟାଳୟ ପରିସରରେ ବୋରିଂ ମଧ୍ୟ ଖୋଳା ଯାଇଛି l ଏମିତି କି ଏହି ବିଦ୍ୟାଳୟ ବହୁ ପୁରାତନ ହୋଇଥିବା ବେଳେ ବିଦ୍ୟାଳୟରେ ପୁରୁଣା ବିଦ୍ୟାଳୟ କୋଠରୀ ଥିଲେ ମଧ୍ୟ ତାହା ନଷ୍ଟ ହୋଇ ପଡ଼ିଥିବା ବେଳେ କାର୍ଯ୍ୟରେ ଲାଗି ପାରୁନାହିଁ l ବିଦ୍ୟାଳୟରେ ଶୌଚାଳୟ ଠାରୁ ଅନ୍ୟାନ୍ୟ ସମସ୍ତ ସୁବିଧା ପାଇଁ ମଧ୍ୟ ବ୍ୟବସ୍ଥା କରା ଯାଇଛି l
ତେବେ ବର୍ତମାନ ପରିସ୍ଥିତିରେ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ବ୍ୟବସ୍ଥା ଅଛି ଏବଂ ଚାରି ଜଣ ଶିକ୍ଷକରେ ୧୨୬ ଜଣ ଛାତ୍ର ଛାତ୍ରୀ ମଧ୍ୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି l ସମସ୍ତ ଅନୁସଙ୍ଗିକ ସୁବିଧା ଥିଲେ ମଧ୍ୟ ବର୍ତମାନ ବହୁ ଅସୁବିଧା ଏବଂ ଅବ୍ୟବସ୍ଥାରେ ସମସ୍ୟା ଭିତରେ ବିଦ୍ୟାଳୟ ଚାଲୁଚି l ବିଦ୍ୟାଳୟରେ ଜଳ ଯୋଗାଣ ପାଇଁ ଲାଗିଥିବା ବୋରିଂ ଗତ ଜୁନ ୨୩ ତାରିଖ ରେ ଚୋରି ହୋଇଥିବା ବେଳେ ଚୋରି ଘଟଣାକୁ ନେଇ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି କିନ୍ତୁ ସେବେଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଣି ସମସ୍ୟା ଲାଗି ରହିଛି ଯାହାକୁ ନେଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ପାଣି ପାଇ ପାରୁନାହାନ୍ତି l ବିଦ୍ୟାଳୟରେ ଚାରୋଟି କୋଠରୀ ରହିଛି ସେଥି ମଧ୍ୟରୁ ଦୁଇଟି କୋଠରୀ ନୂତନ ଭାବରେ ନିର୍ମାଣ ହୋଇଥିଲେ ହେଁ ସେହି କୋଠରୀ ଗୁଡିକର ଛାତରୁ ପ୍ରବଳ ମାତ୍ରା ରେ ପାଣି ଗଳୁଛି I ଏହି ବିଦ୍ୟାଳୟ କୋଠରୀ ଗୁଡିକ ବ୍ଲକ ପ୍ରଶାସନ ଦ୍ୱାରା ନିର୍ମାଣ କରାଯାଇଥିବା ବେଳେ କୋଠରୀ କାମଟି ନିମ୍ନ ମାନର ତିଆରି ହୋଇଥିବାରୁ ସେଥିରୁ ପାଣି ଗଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଇ
ସେପଟେ ଅନେକ କୋଠରୀ ବହୁ ପୁରାତନ ହୋଇଥିବାରୁ ତାହା ଭାଙ୍ଗି ଯାଇ ପଡିରହିଥିବା ବେଳେ ଛାତ୍ରଛାତ୍ରୀ ଙ୍କ ପାଇଁ ଏହି କୋଠରୀ ମଧ୍ୟ୍ୟ ଅସୁରକ୍ଷିତ ହୋଇପଡିଛି I ସେପଟେ ପାଚେରୀ ଭାଙ୍ଗି ଯିବାରୁ ରାସ୍ତା କଡରେ ଥିବା ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବର୍ତମାନ ବିପଦ ରହିଥିବା ବେଳେ ଦୁର୍ଘଟଣାର ଭୟ ମଧ୍ୟ୍ୟ ଦେଖାଦେଇଛି I ସେପଟେ ବିଦ୍ୟାଳୟ ଟିରେ ନୂତନ ଭାବରେ ନିର୍ମାଣ ହୋଇଥିବା ଶ୍ରେଣୀ କୋଠରୀ ଗୁଡିକର ମରାମତି ସହ ବିଦ୍ୟାଳୟର ପାଚେରୀ ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଂଚଳରେ ଦାବି ଜୋର ଧରିଛି I ସେପଟେ ବିଦ୍ୟାଳୟରେ ସମୁଦାୟ ୧୨୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନ ଶିକ୍ଷକଙ୍କ ସହ ସମୁଦାୟ ଚାରି ଜଣ ଶିକ୍ଷକ ରହିଥିବାରୁ ପାଠ ପଢ଼ାରେ ଅସୁବିଧା ହେଉଛି I ଯାହାପାଇଁ ଏହି ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦେବାପାଇଁ ମଧ୍ୟ୍ୟ ଅଂଚଳବାସୀ ଦାବି କରିଛନ୍ତି I
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।