February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆସନ୍ତା (୨୪/୧୦/୨୪) ରବିବାର ଦିନ ସକାଳ ୬:୩୦ରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ଗଣଦୌଡ଼ର ଉଦ୍ଦେଶ୍ୟ ଏକତାବଦ୍ଧ, ସ୍ୱାସ୍ଥ୍ୟ ସଚେତନତା ଏବଂ ସାମାଜିକ ଆବଶ୍ୟକତା

ସୋର :

ସୋରରେ ଆସନ୍ତା ନଭେମ୍ବର ମାସ ୨୪ତାରିଖ ରବିବାର ଦିନ ସକାଳ ୬:୩୦ରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗଣଦୌଡ଼ ସୋର ଟାଉନ ହଲ ଠାରୁ ଶିରାପୁର ଖେଳ ପଡିଆ (ଭାୟା- ଛତ୍ରପୁର,ଅଡଙ୍ଗବଜ଼ାର) ଏବଂ ପୁନଶ୍ଚ ଶିରାପୁର ଖେଳପଡ଼ିଆରୁ ଟାଉନହଲ ପର୍ଯ୍ୟନ୍ତ ହେବ।

ଏହି ପରିପ୍ରେକ୍ଷୀରେ ସୋର ଶିକ୍ଷକ ଭବନ ପରିସରରେ ସୋର ମାରାଥନ ଆୟୋଜକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କମିଟିର ସଭାପତି ଆଇନଜୀବୀ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ କମିଟିର ସଭାପତି ଆୟୋଜନ କରାଯାଉଥିବା ଗଣଦୌଡ଼ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ସୋରରେ ତୃତୀୟ ଥର ପାଇଁ ଆୟୋଜନ କରାଯାଉଥିବା ଗଣଦୌଡ଼ର ଉଦ୍ଦେଶ୍ୟ ଏକତାବଦ୍ଧ, ସ୍ୱାସ୍ଥ୍ୟ ସଚେତନତା ଏବଂ ସାମାଜିକ ଆବଶ୍ୟକତାକୁ କର୍ମକର୍ତ୍ତାମାନେ ବୁଝାଇ କହିଥିଲେ।

ଚଳିତ ବର୍ଷ ନାରୀ ସୁରକ୍ଷା ଓ ନାରୀ ସମ୍ମାନର ଲକ୍ଷ ନେଇ ଗଣଦୌଡ଼ ଆୟୋଜିତ କରାଯାଇଥିବା ଉପସଭାପତି ଅବଦୁଲ ଉଦୁଦୁ ଖାନ କହିଥିଲେ। ଏଥିରେ ୫ କିମି ଓ ୧୦ କିମି ଦୌଡର ବ୍ୟବସ୍ଥା କରାଯାଇଛି। ଗଣଦୌଡ଼ ରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ ତାରିଖକୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି।

କମିଟିର ସମ୍ପାଦକ ସୌମ୍ୟଶାନ୍ତ ପଟ୍ଟନାୟକ,କୋଷଧକ୍ଷ କୃଷ୍ଣଚନ୍ଦ୍ର ସାହୁ,ଉପଦେଷ୍ଟା ନିହାର ରଂଜନ ରାଉତ,ଦେବେନ୍ଦ୍ର କୁମାର ପ୍ରଧାନ,ସନ୍ତୋଷ ମହାନ୍ତି ଓ କାର୍ଯ୍ୟକାରୀ ସଦସ୍ୟ ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସହ ସଂପାଦକ ଭଗବାନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।