MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବଦ୍ବୀପ ରୁ ପୁରୀ ପଦ ଯାତ୍ରାରେ ଯାଉଥିବା ସନ୍ୟାସୀ ଟ୍ରକ ଧକାରେ ଗୁରୁତର।

ମୋ ଟିଭି ଓଡିଶା /  ସୋର : ୨୧/୦୬/୨୦୨୪

ନବଦ୍ବୀପରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଜଣେ ସନ୍ୟାସୀଙ୍କୁ ପଛରୁ ଏକ ଟ୍ରକ ଧକା ଦେବା ଫଳରେ ସନ୍ୟାସୀ ଜଣଙ୍କ ଗୋଟିଏ ଗୋଡ ହରାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ପଶ୍ଚିମବଙ୍ଗ ଅଂଚଳର ଝଣ୍ଟୁ ଦଳେଇ (୩୫) ଜଣେ ଇସ୍କନ ଦୀକ୍ଷିତ ସନ୍ୟାସୀ ଅଟନ୍ତି। ସେ ଓ ତାଙ୍କ ସହ ୫୦ ଜଣ ଲୋକ ଗତ ତାରିଖରୁ ନବଦ୍ବୀପରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ଗତକାଲି ରାତିରେ ଖନ୍ତାପଡ଼ାରେ ଥିବା ବେଳେ ଆଜି ସକାଳେ ପଦଯାତ୍ରାରେ ପୁନଶ୍ଚ ପୁରୀ ଅଭିମୁଖେ ବାହାରିଥିଲେ। ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଏକ ଟ୍ରକ ତାଙ୍କୁ ପଛରୁ ଧକା ଦେବା ସହିତ ତାଙ୍କ ବାମ ଗୋଡ଼ରେ ଚଢିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।