MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହାଁମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଚାଳକ ମୃତ ।

ମୋ ଟିଭି ଓଡିଶା / କଳାହାଣ୍ଡି : ୨୭/୦୭
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜାରିଂ ନିକଟ ବଂଜାରି ମନ୍ଦିର ଜାତୀୟ ରାଜପଥ ୨୬ ରେ ସୋମବାର ସନ୍ଧ୍ୟା ୭ ଟା ରେ ସ୍କୁଟି ଓ କାର ମଧ୍ୟରେ ମୁହାଁମୁହିଁ ଧକା ହୋଇଥିଲା । ଏହି ମର୍ମନ୍ତୁତ ଦୁର୍ଘଟଣାରେ ସ୍କୁଟି ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ଶବ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତର ଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ କୋକସରା ଥାନା ଚିଲିଗୁଡା ଗ୍ରାମର ନିଲାଞ୍ଚଳ ନାଗ(୨୫) ବୋଲି ଜଣା ପଡିଛି।

ପ୍ରକାଶ ଥାଉକି ନିଲାଞ୍ଚଳ ନାଗ ନିଜ ପରିବାର ସହ ଭବାନୀପଟଣା କୁ କୌଣସି କାମରେ ଯାଇଥିଲେ । ପରିବାର ଲୋକେ ଭବାନୀପଟଣାରେ ହି ରହିଥିବା ବେଳେ ପରିବାର ଲୋକ ଙ୍କ ବାରଣ ସତ୍ତ୍ୱେ ସନ୍ଧ୍ୟାରେ ସେ ନିଜ ଘରକୁ ଓଡି ୦୮ ଏକ୍ସ ୨୧୧୫ ନମ୍ବର ବିଶିଷ୍ଟ ସ୍କୁଟି ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣାରେ ର ଶିକାର ହୋଇଥିଲେ । ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଜବତ କରିଥିବା ଜଣାଯାଇଛି।
ରିପୋର୍ଟ—ସନତ ପ୍ରଧାନୀ (କଳାହାଣ୍ଡି)

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।