ନିରାକାରପୁର : ୯/୧୧ :
ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ନିରାକାରପୁର ରେଳ ଫାଟକରେ ଦୈନିକ ଯାତ୍ରୀ ଭିଡକୁ ନେଇ ଘୋର୍ ଚିନ୍ତାରେ ଅଛନ୍ତି ଯାତ୍ରୀ। ଘରୁ ବାହାରିଲା ବେଳେ ଠାକୁରଙ୍କ ସ୍ମରଣ କରି ଆସନ୍ତି କେମିତି ରେଳ ଫାଟକ ଭଲରେ ଅତିକ୍ରମ କରିବି। କାରଣ ଏହି ରେଳ ଫାଟକରେ ଦୈନିକ ଟ୍ରାଫିକ ଯାମ୍ ଯୋଗୁ ଛୋଟ ବଡ ଦୁର୍ଘଟଣା ସହ ହାତାହାତି ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିଲେ ମଧ୍ଯ ରାଜ୍ଯ ଓ କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଥିବା ଦେଖିବାକୁ ମିଳୁଛି।

କିଛି ସ୍ବାର୍ଥବାଦୀ ଲୋକଙ୍କ ଯୋଗୁ ଓଭର ବ୍ରିଜ୍ ହୋଇ ପାରୁନି। ଯାହା ଫଳରେ ଶୀଘ୍ର ଯିବାକୁ ଚେଷ୍ଟା କରି ବିପରୀତ ପାର୍ଶ୍ୱ ରେ ଯାଇ ଯାତ୍ରୀ ନାଳ ମଧ୍ଯ କୁ ଖସିପଡି ଜୀବନକୁ ବାଜି ଲଗାଉଛନ୍ତି। ଯାହାର ଏକ ଜ୍ବଳନ୍ତ ଉଦାହରଣ ଆଜି ସଂଧ୍ଯା ରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ କି ନିରାକାରପୁର ଥାନା ବଡପୋଖରିଆ ଗ୍ରାମର ଅକୁର ସାମନ୍ତରାୟ ନିଜ ହିରୋ ମ୍ୟାଜେଷ୍ଟି ଓଡି ୩୩ ଏସ୍ ୩୫୯୯ ନମ୍ବର ସ୍କୁଟିରେ ରେଳ ଫାଟକ ଶୀଘ୍ର ଅତିକ୍ରମ କରିବାକୁ ଯାଇ ଫାଟକ ନିକଟ ନାଳରେ ସ୍କୁଟି ସହ ପଡି ଆହତ ହୋଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସପିଟାଲ ପଠାଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।