MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ । 

  • ସମ୍ଭାବ୍ୟ  ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ                              ଯଥା ଶୀଘ୍ର ଟ୍ରାଏଲ ରନ କରିବାକୁ  ନିର୍ଦ୍ଦେଶ
  • ବାତ୍ୟାରେ  ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ତୁରନ୍ତ  ପୁନଃ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ
  • ପାନୀୟ ଜଳ ପାଇଁ ଆଗୁଆ ପ୍ରସ୍ତୁତି ସ୍ୱରୂପ ୨୩ ଓ ୨୪ ତାରିଖରେ ସବୁ ଓରରହେଡ୍ ଟାଙ୍କି ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ
  • ଜନସାଧାରଣଙ୍କୁ  ଆବଶ୍ୟକତା ଅନୁସାରେ ଜଳର ଉପଯୋଗ  କରିବାକୁ ପରାମର୍ଶ

ଭୁବନେଶ୍ୱର ତା-୨୨.୧୦.୨୦୨୪

         ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ    ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ , ରାଜସ୍ୱ ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂ , ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ୍ ଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।  

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସଚିବମାନଙ୍କ ସହିତ ଆଲୋଚନା କରିଥିଲେ । 

ଜନସାଧାରଣଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ବାତ୍ୟା ପରେ ପରେ ଶିକ୍ଷାନୁଷ୍ଠାନଗୁଡିକ ଚାଲୁକରିବା ସଂପର୍କରେ ପ୍ରସ୍ତୁତି ନେଇ  ବୈଠକରେ ଗୁରୁତ୍ୱ ଦିଆଯାଇଥିଲା  । ବାତ୍ୟା ହେଲେ  ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ଗ୍ରାମାଂଚଳ ଓ  ସହରାଂଚଳରେ ପାନୀୟ ଜଳ ତୁରନ୍ତ ଯୋଗାଇବା ପ୍ରମୁଖ ଆହ୍ୱାନ ହୋଇଥାଏ । ସେହିଭଳି ବିଭିନ୍ନ  ଡାକ୍ତରଖାନା ମାନଙ୍କରେ  ଆବଶ୍ୟକ ଡିଜି/ଜେନେରେଟର ସେଟ୍  ସବୁବେଳେ କାର୍ଯ୍ୟକ୍ଷମ ରହିବାର ନିତାନ୍ତ ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ସ୍ଥିତି ଉପରେ ନଜର ରଖି  ୨୩ ଓ ୨୪ ତାରିଖରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ  ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ଓଭରହେଡ୍ ପାଣି ଟାଙ୍କି ଗୁଡିକ ଶତ ପ୍ରତିଶତ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗ, ଗୃହ ନିର୍ମାଣ  ଓ ନଗର ଉନ୍ନୟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଭାଗ  ଏବଂ ଅନ୍ୟ ବିଭିନ୍ନ ସେବା ପାଇଁ ସମନ୍ୱୟ ରଖି ଆବଶ୍ୟକ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେନେରେଟର ସେଟ୍ ଗୁଡିକର ସଚଳ ରହିବା ପାଇଁ ଯାନ୍ତ୍ରିକ ସ୍ଥିତି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆବଶ୍ୟକ ସମସ୍ତ କର୍ମଚାରୀଙ୍କୁ  ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି ।  ଜେନେରେଟର ସେଟ୍ ଗୁଡିକ  ଡିଜେଲ ସହ ପ୍ରସ୍ତୁତ ରଖିବା ସହିତ ଯଥା ଶୀଘ୍ର ସେଗୁଡିକ ଟ୍ରାଏଲ ରନ ( ପରୀକ୍ଷା କରି ପ୍ରସ୍ତୁତ ରଖିବାକୁ) ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ଆବଶ୍ୟକ ହେଉଥିବା ସ୍ଥାନ ଓ ଅଂଚଳ ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ପାଇଁ ଯଥେଷ୍ଟ ପ୍ରସ୍ତୁତି କରିବାକୁ  ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଜଳ ସଂଚୟ ରଖିବା,  ବାତ୍ୟା ସମୟରେ ଓ ବାତ୍ୟା ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜଳର ଉପଯୁକ୍ତ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । 

ବୈଠକରେ ଗତ ସେପ୍ଟେମ୍ବର ମାସ ସୁଦ୍ଧା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବାବଦରେ କରାଯାଇଥିବା ଖର୍ଚ୍ଚ ସଂପର୍କରେ ଉପସ୍ଥାପନ କରାଯାଇଥିଲା ଏବଂ ବଜେଟ ଅନୁମୋଦନ ମୁତାବକ ଅର୍ଥର ଉପଯୋଗକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଗତ ବର୍ଷ ତୁଳନାରେ ଚଳିତ ସେପ୍ଚେମ୍ବର ୨୦୨୪ ସୁଦ୍ଧା ରାଜ୍ୟର  ନିଜସ୍ୱ ରାଜସ୍ୱ ଆଦାୟ ୧୩.୭୩ ପ୍ରତିଶତ ବୃଦ୍ଧି ଘଟିଥିବା ବୈଠକରୁ ଜଣାଯାଇଛି । ଅନ୍ୟ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଗୁରୁତ୍ୱ ଦେବା ସହିତ ମୁଖ୍ୟ ଶାସନ ସଚିବ  ବିଭିନ୍ନ ପ୍ରସଙ୍ଗରେ  ସଚିବମାନଙ୍କ  ସହିତ ଆଲୋଚନା କରି ଆବଶ୍ୟକ ପରାମର୍ଶ  ଦେଇଥିଲେ  ।  

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।