MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଏବଂ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱ l  

ଭୁବନେଶ୍ୱର, ତା : ୫/୧୧/୨୦୨୪

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ, ଜଙ୍ଗଲ ଓ ପରିବେଶ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ  ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ  କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକାରୀ ହେଉଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ  ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ସଚିବମାନେ ନିୟମିତ ସମୀକ୍ଷା ଓ ତଦାରଖ କରିବା ସହିତ ଜନସାଧାରଣଙ୍କୁ ସେବା ପ୍ରଦାନରେ ତ୍ୱରିତ ପଦକ୍ଷେପ ନିଆଯିବାକୁ ବୈଠକରେ ଆଲୋକପାତ କରାଯାଇ ଆବଶ୍ୟକ  ପରାମର୍ଶ  ଦିଆଯାଇଥିଲା ।   

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା  ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ  ଅଗ୍ରଗତି ସଂପର୍କରେ ଗୁରୁତ୍ୱ ଦେବା ସହ  ୨୦୨୪-୨୫ ଆର୍ଥିକ ବର୍ଷରେ ବଜେଟ ଅନୁମୋଦନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ  କାର୍ଯ୍ୟ କରି କାର୍ଯ୍ୟକ୍ରମ ବ୍ୟୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ସେହିଭଳି କେନ୍ଦ୍ରୀୟ ଅନୁଦାନ ଅର୍ଥର  କାର୍ଯ୍ୟକାରିତା ଏବଂ  ଖର୍ଚ୍ଚ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା ।

ବିଭିନ୍ନ ବିଭାଗରେ  ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ, ‘ଭିଜନ ଡକ୍ୟୁମେଣ୍ଟ’: ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ             ଭାରତ-୨୦୪୭ ସଂପର୍କିତ ପ୍ରସ୍ତାବ ଗ୍ରହଣ, ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧିନରେ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ  ଗୁରୁତ୍ୱ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ  ଅବସରଗ୍ରହଣ ଦିନ  ଯେପରି ସରକାରୀ କର୍ମଚାରୀ ଚୂଡ଼ାନ୍ତ  ପେନସନ ପାଇପାରିବେ, ସେଥି  ନିମନ୍ତେ ଆବଶ୍ୟକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରକ୍ରିୟା ଉପଯୋଗରେ ସୁବ୍ୟବସ୍ଥା କରାଯିବା  ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।

ସେହିପରି ସମବାୟ କ୍ଷେତ୍ରରେ ମାର୍କେଟିଂ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା, ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟନ୍ୱୟନରେ ସବୁ ସ୍ତରରେ ସ୍ୱଚ୍ଛତା ରକ୍ଷା ସହ କାର୍ଯ୍ୟ ସଂପାଦନ କରିବାକୁ ଗୁରୁତ୍ୱ , ବିଭିନ୍ନ ଯୋଜନାରେ  ହିତାଧିକାରୀଙ୍କୁ ଅର୍ଥ ବା ସବସିଡି ଅର୍ଥ ସିଧାସଳଖ ଅନ୍-ଲାଇନ୍ ଜରିଆରେ ପ୍ରେରଣ କରାଯିବା, ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ  ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ଆହୁରି ମଧ୍ୟ ଗ୍ରାମୀଣ ଓ ରାଜ୍ୟ ରାଜପଥ ରାସ୍ତା ନିର୍ମାଣ, ସହରାଂଚଳ ବିକାଶ ସମେତ ବୟନ ଶିଳ୍ପ, ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ ଆଦି  ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ସୁଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା  ।   

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।