January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

  • ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନ ସୁନିଶ୍ଚିତ କରିବାକୁ ସାପ୍ତାହିକ ସମୀକ୍ଷା ପାଇଁ ପରାମର୍ଶ  
  • ଆଇ-ଜିଓଟି ପ୍ଲାଟଫର୍ମରେ ଶତ ପ୍ରତିଶତ କର୍ମଚାରୀମାନଙ୍କୁ ଅନ୍ତର୍ଭୁକ୍ତ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ 

 ଭୁବନେଶ୍ୱର, ୧୯.୧୨.୨୦୨୪

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ  ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗତ ମଙ୍ଗଳବାର ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ  ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।  

ବୈଠକରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ବିଶେଷ କରି ସାଧାରଣ ଲୋକମାନଙ୍କ ଜୀବନଯାପନରେ ଅତ୍ୟାବଶ୍ୟକ ରହୁଥିବା ବିଭିନ୍ନ ବିଭାଗ ଦ୍ୱାରା ସେବା ପ୍ରଦାନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯାଉଛି,  ସେ ସଂପର୍କରେ ସୁନିଶ୍ଚିତ କରିବାକୁ ବିଭାଗୀୟ ସଚିବମାନଙ୍କୁ ସାପ୍ତାହିକ ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା । ସେହିପରି  ଆଇ-ଜିଓଟି (ଇଣ୍ଟିଗ୍ରେଟେଡ୍‌ ଗଭର୍ଣ୍ଣାନ୍‌ସ୍‌ ଅନ୍‌ଲାଇନ ଟ୍ରେନିଂ) ପ୍ଲାଟଫର୍ମରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶତ ପ୍ରତିଶତ ଅନ୍ତର୍ଭୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା କର୍ମଚାରୀମାନଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ସୁବିଧା ପ୍ରଦାନ  ସଙ୍ଗେ ସଙ୍ଗେ ସେମାନଙ୍କର ଦକ୍ଷତା ବୃଦ୍ଧି, ବ୍ୟବହାରିକ ଆବଶ୍ୟକ ପରିବର୍ତ୍ତନ ଓ ଜ୍ଞାନ କୌଶଳର ଉପଯୋଗ ନିମନ୍ତେ ଅଧିକ ସହାୟକ ହେବ । ୧୫ ଡିସେମ୍ବର ସୁଦ୍ଧା ୨ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କର ତଥ୍ୟ ଆଇ-ଜିଓଟି ପ୍ଲାଟଫର୍ମରେ ପଂଜୀକରଣ କରାଯାଇଛି ଏବଂ ଏହି ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଥିବା ଜଣାଯାଇଛି ।  

ଏଥି ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥିବା ‘ଜଳଜୀବନ ମିଶନ’ର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଓ ଆସନ୍ତା ବର୍ଷ ମଧ୍ୟରେ ଖାଲି ହେବାକୁ ଥିବା ପଦବୀର ତଥ୍ୟ ପୁନଃ ଅନୁଧ୍ୟାନ କରି ପଦବୀ ପୂରଣ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମସ୍ତ ବିଭାଗ ତଥା ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପରିଚାଳିତ ସିଏମ୍‌ଜିଆଇ(ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ) ତରଫରୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ ‘ଉତ୍କର୍ଷ ଓଡ଼ିଶା’ ପରିପ୍ରେକ୍ଷୀରେ ପ୍ରସ୍ତୁତି କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଖୁବ୍‌ଶୀଘ୍ର ‘ବିକଶିତ ଓଡ଼ିଶା-୨୦୩୬’ ତଥା ‘ବିକଶିତ ଭାରତ-୨୦୪୭’ ପାଇଁ ‘ଭିଜନ ଡକ୍ୟୁମେଣ୍ଟ’ ପ୍ରକାଶ ପାଇବାକୁ ଥିବାରୁ ଏଥିରେ ସ୍ଥାନିତ ହେବାକୁ ଥିବା ବିଭିନ୍ନ ବିଷୟର ଡ୍ରାଫ୍‌ଟ୍‌ ଯଥାଶୀଘ୍ର ଶେଷ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଆଗାମୀ ୨୦୨୫-୨୬ ବଜେଟ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ପରାମର୍ଶ ଦିଆଯାଇଥିଲା ।

ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥି ଭାଥନନଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ l

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।