February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବ୍ୟାଙ୍କକୁ ଭତ୍ତା ନେବାକୁ ଆସୁଥିବା ବୃଦ୍ଧାଙ୍କୁ ସେବା ଯୋଗାଉଛନ୍ତି ନିୟୋଜିତ ସୁରକ୍ଷା କର୍ମି।


କଳାହାଣ୍ଡି:୩୦/୦୫
(ମୋଟିଭି ଓଡ଼ିଶା)
ରିପୋର୍ଟ_(ସନତ ପ୍ରଧାନୀ)
ମୁଣ୍ଡ ଉପରେ ଟାଣ ଖରା,ଆଉ ଭତ୍ତା ଟଙ୍କା ଟିକକ ଉଠାଇବା ପାଇଁ ଟାଣ ଖରାରେ ବ୍ୟାଙ୍କକୁ ପ୍ରତିଦିନ ଅନେକ ବୃଦ୍ଧ ବୃଦ୍ଧା ଆସୁଥିବା ବେଳେ ବୟସର ସାୟାହ୍ନରେ ପହଞ୍ଚି ଥିବା ବୃଦ୍ଧବୃଦ୍ଧାଙ୍କୁ ସେମାନଙ୍କ ସମ୍ପର୍କୀୟ ମାନେ ଅନେକ ସମୟରେ ଅଟୋରେ ନେଇ ବ୍ୟାଙ୍କକୁ ଆସୁଥିବା ବେଳେ ଅଟୋରୁ ବ୍ୟାଙ୍କକୁ ନେଇ ପୁଣି ଭତ୍ତା ଟଙ୍କା ନେଇ ଯିବା ପର୍ଯ୍ୟନ୍ତ ସାହାଯ୍ୟ କରି ଏହି ବୃଦ୍ଧବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଛନ୍ତି କୋକସରା ଷ୍ଟେଟ ବ୍ୟାଙ୍କରେ ନିୟୋଜିତ ସୁରକ୍ଷା କର୍ମି ଗିରିଧାରୀ ଜୁଏଡ଼।

ଯେତେବେଳେ ବୃଦ୍ଧବୃଦ୍ଧା ଭତ୍ତା ନେବାପାଇଁ ବ୍ୟାଙ୍କ ସମ୍ମୁଖରେ ଆସୁଥିବା ଦେଖିଲେ ତୁରନ୍ତ ସେମାନଙ୍କ ପାଖକୁ ପହଞ୍ଚି କଥାବାର୍ତ୍ତା ହୋଇ ଭତ୍ତା ଉଠାଇବା ପାଇଁ ଉଠାଣ ଫର୍ମ, ସେମାନଙ୍କ ଆଧାର କାର୍ଡ ନେଇ ଭତ୍ତା ଟଙ୍କା ଆଣି ସେମାନଙ୍କ ହାତରେ ଦେଇ ପୁଣି ସେମାନଙ୍କୁ ସସମ୍ମାନେ ଆଣି ବ୍ୟାଙ୍କ ବାହାରେ ଛାଡିଦେଇ ନିଜର ମାନବିକତା ଦେଖାଇ ଜଣେ ସୁରକ୍ଷା କର୍ମି ସହ ଜଣେ ସହୃଦୟବାନ ବ୍ୟକ୍ତି ନିଜର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି। ସେ ଆସାମ ରାଇଫଲର ଜଣେ ଯବାନ ଭାବେ ଦେଶସେବା ପାଇଁ କାର୍ଯ୍ୟ କରିଛନ୍ତି ।

ଦେଶସେବାରୁ ବିରତି ପରେ ସେ ବିଭିନ୍ନ ବ୍ୟାଙ୍କ ରେ ସୁରକ୍ଷା କର୍ମି ଭାବେ କାର୍ଯ୍ୟ କରି ଦିର୍ଘ ୪ ବର୍ଷ ହେବ କୋକସରା ଷ୍ଟେଟ ବ୍ୟାଙ୍କ ରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ରହି ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ଓ ଭତ୍ତା ଟଙ୍କା ନେବାକୁ ଆସୁଥିବା ବୃଦ୍ଧ ବୃଦ୍ଧା ଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଭତ୍ତା ଟଙ୍କା ପାଇବା ପରେ ବୃଦ୍ଧ ବୃଦ୍ଧା ଙ୍କ ମୁହଁରଖୁସି ତାଙ୍କୁ ଆତ୍ମତୃପ୍ତି ଦେଇଥାଏ ବୋଳି କହିଛନ୍ତି ସୁରକ୍ଷା କର୍ମି ଶ୍ରୀ ଜୁଏଡ଼।ତାଙ୍କର ଏହି ସେବା ମନୋଭାବ କୁ ବିଭିନ୍ନ ମହଲ ରେ ପ୍ରସଂଶା କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।