MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଡୁଗାଁ କଲେଜରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ।


କଳାହାଣ୍ଡି:୧୬/୦୧(ସନତ ପ୍ରଧାନୀ)


କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଆୟୋଜିତ ୮ ଦିନର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି।

ଏହି ଅବସରରେ କଲେଜ ର ଅଧକ୍ଷ ଡ଼.ନିହାରକାନ୍ତ ପାଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରିଣୀ ସୁଶ୍ରୀ ରଶ୍ମିତା ନେତମ୍, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝି, ଏବଂ ପୂର୍ବତନ ବ୍ଲକ ଉପାଧକ୍ଷ୍ୟା ଧୀରାମଣି ଦାସ ଉପସ୍ଥିତ ଥିଲେ। ପରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ରେ ଉତ୍ତୀର୍ଣ୍ଣ ଛାତ୍ରୀମାନଙ୍କୁ ସର୍ଟିଫିକେଟ୍ ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମର ସଂଯୋଜନା ସହ ସ୍ୱାଗତ ଅଭିଭାଷଣ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଓ ଅଧ୍ୟାପିକା କଲ୍ୟାଣୀ ମହାନ୍ତି ପ୍ରଦାନ କରିଥିଲେ।ପିଇଟି କାଉଡୋଳା ୟୁପି ସ୍କୁଲ ସୁମିତ୍ରା ଧଙ୍ଗଡାମାଝୀ ଛାତ୍ରୀ ଙ୍କୁ ପ୍ରଶିକ୍ଷଣ କରିଥିଲେ। ପ୍ରଶାନ୍ତ ଯୋଷୀ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମ ସଫଳ କରିବାକୁ ଅଧ୍ୟାପକ ପ୍ରେମାନନ୍ଦ ସାହା, ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ଶଂକର ସତନାମୀ, ଭାଗବତ କଟା, ଅଧ୍ୟାପିକା ଅଙ୍କିତା ଖୁରା,ତୁଳସୀ ବାଗ, ବିଭୁଜନ ସାହୁ, ଭାନୁମତୀ ମାଝି, ସପ୍ନା ନାଇକ, ଦିବାକର ଦୁର୍ଗା ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।