MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସେନା କର୍ମଚାରୀଙ୍କ ଘର ସମେତ ଗ୍ରାମରେ ସିରିଜ ଚୋରି।


ମୋ ଟିଭି ଓଡିଶା / ସୋର :  ୦୨/୦୭/୨୦୨୪


ଜଣେ ସେନା କର୍ମଚାରୀ ଙ୍କ ଘର ସମେତ ଗ୍ରାମ ରେ ସିରିଜ ଚୋରି l ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଝିଙ୍କିରିଆ ଗ୍ରାମ ର ଜାମ୍ମୁରେ ସିଆରପିଏଫ ଯବାନ ଭାବେ ଭାବେ କାର୍ଯ୍ୟରତ ରାଘବାନନ୍ଦ ମାଝୀ ଛୁଟିରେ ଘରକୁ ଆସିଥିଲେ l ଗତକାଲି ଖାଇ ଶୋଇବା ପରେ ବିଳମ୍ବିତ ରାତିରେ ଯେଉଁ ରୁମ ରେ କେହି ଶୋଇନଥିଲେ ସେହି ରୁମ ର ଝରକା ଗ୍ରିଲ ଭାଙ୍ଗି ଦୁର୍ବୁତ୍ତ ମାନେ ଘର ଭିତରେ ପସି ଘରେ ଥିବା ଗଡରେଜକୁ ତାଡ଼ି ଝିଅ ବାହାଘର ପାଇଁ ରଖିଥିବା ସୁନା ଅଳଙ୍କାର ସମେତ ନଗଦ 60 ହଜାର ଟଙ୍କା ଲୁଟିନେଇ ଥିଲେ l

ସେହିପରି ଉକ୍ତ ଗ୍ରାମ ର ରବିନ୍ଦ୍ର ସେଠି ଓ ଅର୍ଜୁନ ବେହେରାଙ୍କ ଘରେ ସମାନ ଢଙ୍ଗରେ ଗ୍ରିଲ ତାଡି ଘରକୁ ପଶିଥିଲେ l ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ 80 ହଜାର ରୁ ଉର୍ଦ୍ଧ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ l 10 ରୁ ଉର୍ଦ୍ଧ ଦୃବୁର୍ତ୍ତ ଆସିଥିବା ନେଇ ସନ୍ଦେହ କରାଯାଉଛି lଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।