February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜେପିସିକୁ ଗଲା ଏକକ ନିର୍ବାଚନ ବିଲ୍

ଆଜି ଲୋକସଭାରେ ଆଗତ ହୋଇଛି ‘ୱାନ୍ ନେସନ ୱାନ୍ ଇଲେକ୍ସନ’ ବିଲ୍। ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଆଗତ କରିଛନ୍ତି। ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଛି ୧୯୮ ଭୋଟ। ସଂସଦରେ ଆଗତ ପରେ ଯୁଗ୍ମ ସଂସଦୀୟ କମିଟି ବା ଜେପିସିକୁ ଯାଇଛି ଏକକ ନିର୍ବାଚନ ବିଲ। ଜେପିସିରେ ବିଲ ଉପରେ ବିସ୍ତୃତ ଆଲୋଚନା ହେବ।

ବିଲ ପାଇଁ ପ୍ରଥମଥର ଲୋକସଭାରେ ଇଭିଏମ୍ ଦ୍ବାରା ଭୋଟିଂ ହୋଇଥିଲା। ଏଥିରେ ବିଲ ସପକ୍ଷରେ ୨୨୦ ଏବଂ ବିପକ୍ଷରେ ୧୪୯ ଭୋଟ୍‌ ପଡ଼ିଥିଲା। ମୋଟ ୩୬୯ ସଦସ୍ୟ ମତଦାନ କରିଥିଲେ। ଏହା ପରେ ବିରୋଧୀ ଆପତ୍ତି ଉଠାଇଥିଲେ। ବିରୋଧୀଙ୍କ ଆପତ୍ତି ପରେ ଗୃହମନ୍ତ୍ରୀ ଅମିତ ଶାହା ଚିଟ୍‌ ଦ୍ବାରା ଭୋଟିଂ ପାଇଁ ନିବେଦନ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଚିଟ୍ ମାଧ୍ୟମରେ ଭୋଟ୍ ଦେବାକୁ ଅପିଲ କରିଥିଲେ। ଏହାପରେ ବିଲ୍ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍ ପଡିଥିଲା। ଗତ ସପ୍ତାହରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲକୁ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁପାରିସକୁ ଗ୍ରହଣ କରିଥିଲେ ସରକାର।

ମେ,୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଏକ ଦେଶ ଏକ ନିର୍ବାଚନକୁ ନେଇ ଯୁକ୍ତି ରଖିଥିଲେ। ଡିସେମ୍ବର,୨୦୧୫ରେ ଏକ ସଙ୍ଗେ ନିର୍ବାଚନ କଲେ କୋଟି କୋଟି ଟଙ୍କା ରାଜସ୍ବ ବଞ୍ଚିଯିବ ବୋଲି ଲ’ କମିଶନ୍‌ ବୟାନ ରଖିଥିଲେ। ଜୁନ,୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଔପଚାରିକ ଭାବେ ସବୁ ରାଜନୈତିକ ଦଳ ସହ ଆଲୋଚନା କରିଥିଲେ। ନଭେମ୍ବର,୨୦୨୦ – ଏକକ ନିର୍ବାଚନ ଭାରତ ପାଇଁ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ସେପ୍ଟେମ୍ବର,୨୦୨୩ – ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନେଇ ଗଠିତ ହୋଇଥିଲା କମିଟି। ମାର୍ଚ୍ଚ,୨୦୨୪ ରେ ଏହି କମିଟି ୧୮,୬୨୬ ପୃଷ୍ଠାର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହସ୍ତାନ୍ତର କରିଥିଲେ। ଏହା ପରେ ଡିସେମ୍ବର,୨୦୨୪ ରେ କେନ୍ଦ୍ର କ୍ୟାବିନେଟ୍‌ରେ ପାସ୍‌ ହେଲା ‘ଏକ ଦେଶ ଏକ ନିର୍ବାଚନ ବିଲ୍’ ।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।