MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ ।

ମୋ ଟିଭି ଓଡିଶା ବ୍ୟୁରୋ :

ଘୁର୍ଣ୍ଣିଝଡ଼ ଭିତରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଫସିଛି ଭାରତୀୟ ଟିମ୍ । ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ପଠାଇପାରେ ସ୍ୱତନ୍ତ୍ର ବିମାନ । ପାଗ ଠିକ୍ ରହିଲେ ସ୍ୱତନ୍ତ୍ର ବିମାନ ସିଧାସଳଖ ଦିଲ୍ଲୀ ପାଇଁ ଉଡାଣ ଭରିପାରେ । ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବାର୍ବାଡୋସରୁ ବାହାରକୁ ବାହାରିବା ପାଇଁ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି ।

ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଏବେ ଘୁର୍ଣ୍ଣିଝଡ ହୁରିକେନ୍ ‘ବେରିଲ’ ବିପଦ । ଏଥିପାଇଁ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଚଳାଚଳ ବନ୍ଦ ରହିଛି । ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍ ଆଡ଼କୁ ଆସୁଥିବା ‘ବେରିଲ’ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ବାର୍ବାଡୋସ୍, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ମିଆମିର ନ୍ୟାସନାଲ ହରିକେନ୍ ସେଂଟର ପରିସ୍ଥିତିର ଗମ୍ଭୀରତା ଉପରେ କହିଛି ଯେ ‘ବେରିଲ୍’ ଜୀବନ ପ୍ରତି ବିପଦପୂର୍ଣ୍ଣ ପବନ ଏବଂ ଝଡ଼ ତୋଫାନ ଆଣିବାର ପୂର୍ବାନୁମାନ କରିଛି । ଏହା ଏକ ଅତ୍ୟନ୍ତ ବିପଜ୍ଜନକ ବାତ୍ୟା । ବାର୍ବାଡୋସରେ ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । ମ୍ୟାଚ ବେଳେ ମଧ୍ୟ ବର୍ଷା ଆଶଙ୍କା ରହିଥିଲା । ଏବେ ବାତ୍ୟା ପାଇଁ ଖେଳାଳିମାନେ ହୋଟେଲ ଭିତରେ ସୁରକ୍ଷିତ ରହିଛନ୍ତି । କେବଳ ଖେଳାଳି ନୁହଁନ୍ତି ମ୍ୟାଚ ରିପୋର୍ଟିଂ ପାଇଁ ଯାଇଥିବା ଅନେକ ସାମ୍ବାଦିକ ମଧ୍ୟ ଏବେ ବାର୍ବାଡୋସରେ ଫସିଥିବା ଜଣାପଡିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।