February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବି ଏନ୍ ସି କଲେଜ ର ଛାତ୍ର ଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷା ରୁ ବଞ୍ଚିତ ।

ସୁନ୍ଦରଗଡ଼ ( ମୋ ଟିଭି ଓଡିଶା / ଦେବେନ୍ଦ୍ର କୁମାର ଭିତ୍ରିଆ)

2023-2024 ଶିକ୍ଷା ବର୍ଷ ରେ ନାମ ଲେଖାଇ ଥିବା 60 ଜଣ ନର୍ସିଂ ଛାତ୍ର ଛାତ୍ରୀ କଲେଜ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ପରୀକ୍ଷା ଦେଇପାରିନାହାନ୍ତି । 2023 ଡିସେମ୍ବର 14ରେ ଛାତ୍ର ଛାତ୍ରୀ ମାନେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବଡଗାଁ ବ୍ଲକ ର ବଡଗାଁ ନର୍ସିଂ କଲେଜ ରେ ନାମ ଲେଖାଇ ଥିଲେ । ସାଧାରଣବର୍ଗ ର ଛାତ୍ର ଛାତ୍ରୀ ନାମ ଲେଖା ଓ ହଷ୍ଟେଲ ବାବଦରେ ବlର୍ଷିକ ୧ଲକ୍ଷ ୨୦ ହଜାର ଟଙ୍କା ନାମ ଲେଖା ସମୟ ରେ ଦେଇଥିଲେ ମଧ୍ୟ ପରୀକ୍ଷା ଦେଇପାରିଲେ ନାହିଁ ।

ଗତ ୨୫ ଜୁଲାଇ ରେ ଛାତ୍ର ଛାତ୍ରୀ କଲେଜ ଅଧ୍ୟକ୍ଷ ଅରୁଣ କୁମାର ନାୟକ କୁ ଏହି ବିଷୟରେ ଜଣାଇଥିଲେ । ଅଧ୍ୟକ୍ଷ ସେତେବେଳେ ଆଗାମି ଅଗଷ୍ଟ ୫ତାରିଖ ଦିନ ପଇର୍ଶିଲା କରିବା ବୋଲି କହିଥିଲେ । ତାପରେ ସମୟ ଗଡାଇ ଅଗଷ୍ଟ ୧୬ ତାରିଖ ସମାଧାନ କରିବା କହି ଏମିତି କହି କହି ତାରିଖ ଗଡେଇ ଦେଥିଲେ । ପୁଣି ଛାତ୍ର ଛାତ୍ରୀ ମାନେ ୧୬ ତାରିଖ ବଡ଼ଗାଁ ଥାନାକୁ ଆସି ଆଇସିସି ସାର କୁ ଲେଖିତ ଅଭିଯୋଗ ବି ଦେଲେ । ବଡଗାଁ ଆଇସିସି ୩୦ ତାରିଖ ମାମଲା ର ସମାଧାନ ହେବ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ୱସନା ଦେଇଥିଲେ ଏବଂ କଲେଜ ଅଧ୍ୟକ୍ଷ ଅରୁଣ କୁମାର ନାୟକ ଟଙ୍କା ଫେରସ୍ତ କରିଦିଆଯିବ ବୋଲି ଛାତ୍ରଛାତ୍ରୀଙ୍କୁ କଥା ଦେଇଥିଲେ ।

କିନ୍ତୁ ପୁଣି ଅଧ୍ୟକ୍ଷ ମୋହଦୟ ଆଉ ଗୋଟେ ତାରିଖ ସେପ୍ଟେମ୍ବର 28 ଟଙ୍କା ଫେରସ୍ତ କରିବେ ବେଲି କହିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆଉ କୌଣସି ଉପାୟ ନପାଇ କଲେଜ ରୁ ବଡ଼ଗାଁ ଥାନା କୁ ରେଲି କରି ଚାଲିଚାଲି ଆସି କଲେଜ କତୃପକ୍ଷ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ନିଜ ଭବିଷ୍ୟ ପାଇଁ ନ୍ୟାୟ କରିବା ପାଇଁ ଦାବୀ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।