MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଲିର ମତଦାନ ପାଇଁ ମୋଟ୍ ୧୭ ହଜାର ପୋଲିସ ଫୋର୍ସ ମୁତୟନ

ମୋଟିଭି ଓଡିଶା : ଆସନ୍ତାକାଲି ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହବ । ଏଥିଲାଗି ଆଜି ପୋଲିସ ସେବା ଭବନ ଠାରେ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ୯ଟି ଜିଲ୍ଲାରେ ୬ ହଜାର ୨୮୨ ଲୋକେସନରେ ୭୨୯୮ ଟି ପୋଲିଂ ବୁଥ୍ ରହିଛି। ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍ ଅଛି।

କାଲିର ମତଦାନ ପାଇଁ ମୋଟ୍ ୧୭ ହଜାର ପୋଲିସ ଫୋର୍ସ ମୁତୟନ ରହିବା ନେଇ ସୂଚନା ଦେଇଛନ୍ତି ଡିଜିପି। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ୍ ଏସଏପି ଜଗିବେ। ୬୦୦ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଚେକପୋଷ୍ଟ ରହିଛି। ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକପୋଷ୍ଟରେ ସିସି ଟିଭି ରହିଛି। ନିର୍ବାଚନ କମିଶନଙ୍କ ନିର୍ଦେଶରେ ୨୧୦ଟି ଫ୍ଲାଇଂ ସ୍କ୍ଵାଡ୍, ୧୯୫ ସର୍ଭେଲାନ୍ସ ଟିମ୍ ମୁତୟନ ରହିବେ। ଭୋଟ୍ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମରେ ଇଭିଏମକୁ ସୁରକ୍ଷିତ ରଖାଯିବ। ଇଭିଏମ ଇନର ସର୍କଲ ଦାୟିତ୍ଵରେ ଅର୍ଦ୍ଧସାମରିକଏବଂ ଆଉଟର ସର୍କଲ ଦାୟିତ୍ଵରେ ଏସଏପି ରହିବେ। ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଜିଲ୍ଲା। ତେଣୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିଜିପି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।