ମୋ ଟିଭି ଓଡିଶା :
ରତ୍ନଭଣ୍ଡାର ଖୋଲିବା ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ ସୂଚନା ଦେଇଛନ୍ତି । ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ । ଏହା ପୂର୍ବରୁ ମଧ୍ୟ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ତାରିଖ ଧାର୍ଯ୍ୟ କରିଥିଲେ । ହେଲେ କୌଣସି କାରଣରୁ ବାତିଲ କରାଯାଇଥିଲା । ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲାହେବ । ଏହା ପୂର୍ବରୁ ଏଏସଆଇ ଅଧ୍ୟକ୍ଷ ମଧ୍ୟ କହିଥିଲେ କି ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାହେବ । ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା । ଏଥର ମଧ୍ୟ ଲମ୍ବା ସମୟ ଲାଗିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏନେଇ ପ୍ରାରମ୍ଭିକ ଆଲୋଚନା ସରିଛି, କେବେ ଖୋଲିବ ସେ ନେଇ ତାରିଖ ଜଣେଇ ଦିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଏହାସହ ରତ୍ନଭଣ୍ଡାର ସଂପର୍କରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।