ଆଗରପଡ଼ା,ତା୧୬/୮:
୭୮ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ସତୀସାବିତ୍ରୀ ବିଦ୍ୟାଳୟ ପରିସରରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶ୍ୱାସ ଫାଊଣ୍ଡେସନ କର୍ମକର୍ତ୍ତାଙ୍କ ସମେତ୍ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାଧବାନନ୍ଦ ମୁଣ୍ଡା,ସିଆର୍ସିସି ପରମେଶ୍ୱର ପୃଷ୍ଟି,ପ୍ରଦୀପ ପଲେଇ ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ସହିତ ଗଛ ପ୍ରଦାନ କରାଯାଇଥିଲା । ତତ୍ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକାଶି,ଶାଗୁଆନ, ବଉଳ, ଲିମ୍ବ, କୃଷ୍ଣଚୂଡ଼ା, ଅର୍ଜ୍ଜୁନ ଏହିପରି ବିଭିନ୍ନ ପ୍ରକାର ପ୍ରାୟ ୪୦୦ ଗଛ ଚାରା ପ୍ରଦାନ କରାଯାଇଥିଲା । ଏଥିରେ ଫାଉଣ୍ଡୋସନ ସଭାପତି ଜିତେନ୍ଦ୍ର ଜେନା,ଉପସଭାପତି ପ୍ରଶାନ୍ତ ନାୟକ,ସଂପାଦକ ସୁକାନ୍ତ ବେହେରା,ରତନ ମିଶ୍ର,ଅକ୍ଷୟ ଗିରି,ନିଲେଶ ବାରିକ,ନାରାୟଣ ପରିଡ଼ା,ବ୍ରଜ ଗିରି,କୈଳାସ ଜେନା,ସିବାନନ୍ଦ ସାହୁ,କାର୍ତ୍ତିକ ଶଙ୍କର ମହାନ୍ତି,ବିଜୟ ଜେନା,ପର୍ଶୁରାମ ଜେନାଙ୍କ ସମତେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ପରିଶେଷରେ ଫାଉଣ୍ଡେସନ ଦ୍ୱାରା ପଂଚାୟତର ବିଭିନ୍ନ ସ୍ଥାନରେ ୧୦୦ଟି ଚାରା ରୋପଣ କରାଯାଇଥିଲା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।