February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗଛରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଛରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରରକ୍ରିୟା ପ୍ରିତି ରୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ,ମୃତଦେହ ନିକଟରେ ରହିଛି ମୃତକ ଙ୍କ ଶିଶୁ l

ମୋ ଟିଭି ଓଡିଶା / ଗଞ୍ଜାମ :

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ କାକୁଡ଼ିଆ ନିକଟ ଚାଷ ଜମି ପାଖ ଏକ ଗଛରୁ ଜଣେ ମହିଳା ଙ୍କ ଝିଲନ୍ତା ମୃତଦେହ ଉଦ୍ଧାର ହୋଇଛି l ପରକ୍ରିୟା ପ୍ରିତି କୁ ନେଇ ମହିଳା ଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ଆଣିଲେ ମୃତ ଙ୍କ ପରିବାର। ମୃତ ମହିଳା ଅର୍ଜୁନପଲ୍ଲୀ ଗ୍ରାମର ଭାଗ୍ୟଶ୍ରୀ ନାହାକ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଆଜି ସକାଳୁ ଚାଷ ଜମିକୁ ଯାଇଥିବା ଲୋକାମନେ ଗୋଟିଏ ଶିଶୁ ର କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଥିଲେ l ଶିଶୁଟି କେହୁଁଠି କାନ୍ଦୁଛି ଯାଇଦେଖିବା ବେଳକୁ ଭାଗ୍ୟଶ୍ରୀ ଙ୍କ ମୃତଦେହ ପାଖରେ ଶିଶୁଟି ବସି କାନ୍ଦୁଥିବା ଦେଖି ପୋଲିସ କୁ ଖବରଦେଇଥିଲେ ସ୍ଥାନୀୟ ଲୋକେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ମା ଲିଖିତ ଅଭିଯୋଗ ପରେ ମୃତଦେହ ଜବତକରି ତଦନ୍ତ ଚଳାଇଛି l ତେବେ କିଛି ବର୍ଷ ପୂର୍ବେ ଭାଗ୍ୟଶ୍ରୀ କୋଟିନଡା ଥାନା ଭେଟନଇ ଗ୍ରାମରେ ବାହାହୋଇଥିଲେ l ସ୍ୱାମୀ ବାହାର ରାଜ୍ୟରେ ରହୁଥିବା ବେଳେ ତାଙ୍କ ର ଦୁଇଟି ସନ୍ତାନ ରହିଛି l ଦୁଇଦିନ ତଳେ ସେ ଶାଶୁ ଘରୁ କେଉଁଆଡ଼େ ଚାଲିଯାଇ ଥିବା ବେଳେ ଆଜି ତାଙ୍କର ଉଦ୍ଧାର ହୋଇଛି । ତେବେ ସେ ପାଖରେ ଶିଶୁ ଟିକୁ ବସାଇ ଏଠାରେ କାହିଁକି ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେର ରେ ରହିଛି l ଭାଗ୍ୟଶ୍ରୀ ଙ୍କ ସହ ସମ୍ପର୍କ ରେ ରହିଥିବା ବ୍ୟକ୍ତି ତାଙ୍କୁ ହତ୍ୟାକରୀ ଆତ୍ମହତ୍ୟା ର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ପରିବାର l ଅନ୍ୟପଟେ ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।