ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ମହିଳା ଜଣକ ଶାନ୍ତିଲତା ମଲ୍ଲିକ ହୋଇଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ ଆଜକୁ ତିନିଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ ଶାନ୍ତିଲତା । ସେଠାରେ ପହଁଚିଲେ ନା ନାହିଁଁ ସେନେଇ ଶାନ୍ତିଲତାଙ୍କ ସ୍ବାମୀ ବିରେନ୍ଦ୍ର ମଲ୍ଲିକ ଖବର ନେବା ପରେ ଶାନ୍ତିଲତା ସେଠାରେ ପହଁଚି ନଥିବା ଜାଣିବାକୁ ପାଇଥିଲେ ଏବଂ ଶାନ୍ତିଲତା କୁଆଡେ଼ ଗଲେ ସେନେଇ ଖୋଜାଖୋଜି କରିଥିଲେ ପରିବାର ଲୋକେ । ହେଲେ ରବିବାର ସକାଳୁ କଟପଡ଼ି ଗ୍ରାମର ଲୋକେ ଗାଁ ନିକଟସ୍ଥ ଉକ୍ତ ଚୁଆଁକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଶାନ୍ତିଲତାଙ୍କ ଶବ ଚୁଆଁ ରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକେ ପହଁଚି ଦେଖିବା ପରେ ବାଲିଗୁଡ଼ା ଥାନା ପୋଲିସକୁ ଜଣାଇଥିଲେ । ପୋଲିସ୍ ପକ୍ଷରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ କେଉଁ ପରିସ୍ଥିତି ରେ ଶାନ୍ତିଲତା ଚୁଆଁରେ ବୁଡ଼ିଲେ ଏବଂ ତାଙ୍କର ମୃତ୍ୟୁ କିପରି ଘଟିଲା ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏ ନେଇ ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।