MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାଗ୍ରତ ଓଡିଶା ପକ୍ଷରୁ ଔଷଧୀୟ ବୃକ୍ଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ


ବାଲିଗୁଡା : (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଗ୍ରାମାଞ୍ଚଳରେ ଔଷଧୀୟ ଚାଷକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଦୁର୍ଗମ ଗାଁ ଓ ଉଜୁଡିଯାଇଥିବା ଜଙ୍ଗଲରେ ଏହି ଔଷଧୀୟ ବୃକ୍ଷ ଚାଷ କରାଯାଉଛି ଏଥିପାଇଁ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗାଁ ରେ ଲୋକଙ୍କୁ ସଚେତନ କରାଯାଉଛି। ଔଷଧୀୟ ବୃକ୍ଷ ଏବେ ଚାହିଦା ବୃଦ୍ଧି କାରଣରୁ ଅର୍ଥ ରୋଜଗାର କରିବାର ବାଟ ଫିଟିଛି। ଜୀବନଜୀବିକାର ରାହା ପାଲଟିଛି। ଏବେ ଅର୍ଥକାରୀ ଫସଲ ଭାବେ ନିଆଯାଇପାରୁଛି। ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ଼ ସଭାଗିତାରେ ଜାଗ୍ରତ ଓଡିଶା ପକ୍ଷରୁ ବୁଧବାର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡିର ଶିବମନ୍ଦିର ସାହି ସଭାଗୃହ ପରିସର ମଧ୍ୟରେ ଔଷଧୀୟ ବୃକ୍ଷ ଅଶ୍ଵଗନ୍ଧା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଜାଗ୍ରତ ଓଡିଶାର ସମ୍ପାଦକ ଉମେଶ ଚନ୍ଦ୍ର ବରାଳ ପରିଚାଳନା କରିଥିବା ବେକେ ରିସର୍ସ ପର୍ସନ ଭାବେ ଆୟୁର୍ବେଦିକ କବିରାଜ ତଥା ପରିବେଶବିତ ଜେଠୁ ଭୋଇ ଲୋକଙ୍କୁ ତାଲିମ ପ୍ରଦାନ କରିଥିଲେ।ଏଥିରେ ଜାଗ୍ରତ ଓଡିଶାର ଉପଦେଷ୍ଟା ଐଶ୍ୱରୀୟା ବରାଳ ଏବଂ ସତ୍ୟଜିତ ସାମଲ ପରିଚାଳନା କରିଥିଲେ। ଗ୍ରାମର ଯୁବ ଚାଷୀ ପରମେ ପ୍ରଧାନ, ସାନ୍ଦୁରା ପ୍ରଧାନ, ଅମରେନ୍ଦ୍ର ପ୍ରଧାନ, ନଟବର ପ୍ରଧାନ, ମନୋଜ ପ୍ରଧାନ,କେ.ମନବୋଧ ନାୟକ, ଉଠାଣ ସିଂ, ରାଜେଶ ସାହୁ, ଅଶୋକ ବେହେରାଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ। ତେବେ ଔଷଧୀୟ ବୃକ୍ଷ ମଧ୍ୟରେ ଅଶ୍ଵଗନ୍ଧା ର ଫାଇଦା ଓ ମାନବ ର ରୋଗ କୁ ଆରୋଗ୍ୟ କରିପାରୁଥିବା ଏହି ଅଶ୍ଵଗନ୍ଧା ର କି ଗୁଣ ଓ ସେଥିରେ ରହିଥିବା ଉପାଦାନ ସମ୍ପର୍କରେ କୁହାଯାଇଥିଲା। ସେହିପରି ଉକ୍ତ ବୃକ୍ଷ କୁ କିଭଳି ଜାଣିପାରିବ ଓ ଚାଷ ପ୍ରଣାଳୀ ଓ ସରକାରଙ୍କ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଆଜିର ଦିନରେ ବିଭିନ୍ନ ରୋଗର କାରଣ ଓ ଏହାର ନିରାକରଣ ସହ ଆୟୁର୍ବେଦିକ ର ଫାଇଦା ସମ୍ପର୍କରେ କୁହାଯାଇଥିଲା l ଏହି ଚାଷ ପାଇଁ ଚାଷୀଙ୍କୁ ସରକାରଙ୍କ ଔଷଧୀୟ ବୃକ୍ଷ ରୋପଣ ବୋର୍ଡ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସମ୍ପର୍କରେ କୁହାଯିବା ସହ ଏଥିରୁ କିଭଳି ଅଧିକା ରୋଜଗାର ହୋଇପାରିବ ଓ ଅଶଗନ୍ଧାର ଚେର, ମୂଳ, ପତ୍ରରେ ରହିଥିବା ଔଷଧୀୟ ଗୁଣ ତଥା ଥାଇରଡ଼, ଆଞ୍ଜାଇଟ୍ସ, କୋଲଷ୍ଟ୍ରୋଲ ନିୟନ୍ତ୍ରଣ, ଅନିଦ୍ରା ଦୂର, ରକ୍ତଚାପ ନିୟନ୍ତ୍ରଣ, ରୋଗପ୍ରତିଷେଧକ ବୃଦ୍ଧି ଆଦି ବହୁ ରୋଗର ନିରାକରଣ ହୋଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା l ଏବେ ଅଶ୍ୱଗନ୍ଧାର ବଜାରରେ ପ୍ରଚୁର ମାତ୍ରାରେ ଚାହିଦା ରହିଥିବାରୁ ଚାଷୀ ଏଥିରୁ ଆର୍ଥିକ ଫାଇଦା ପାଇପାରିବେ ବୋଲି ପରାମର୍ଶ ଦିଆଯାଇଥିଲା।ଏଥିସହ ଜାଗ୍ରତ ଓଡିଶା ପକ୍ଷରୁ ଅଶ୍ୱଗନ୍ଧାର କିଛି ଚାରା ମଧ୍ୟ ବଣ୍ଟନ କରାଯାଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।