February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫାଇନାନ୍ସ କର୍ମଚାରୀ ଙ୍କ ଜୁଲମ ସହିନପାରି ବେକରେ ଶାଢ଼ୀ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା।

ମୋ ଟିଭି ଓଡିଶା / ସୋର : ୩୧/୦୭

ଋଣରେ ବାଇକ ନେଇଥିବା ଜଣେ ଯୁବକ ଫାଇନାନ୍ସ କର୍ମଚାରୀଙ୍କ ଜୁଲମ ସହିନପାରି ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ସୋର ପୌରାଞ୍ଚଳ ଛତ୍ର ପୁର ଗ୍ରାମର ଉମେଶ ସାମଲ (୩୫) । ଉମେଶ ଗତ ୧୮ ମାସ ତଳେ ସୋର ହୋଣ୍ଡା ସୋରୁମରୁ ଏକ ହୋଣ୍ଡା ଲିଭୋ ବାଇକ ନେଇଥିଲେ। ଏଥିପାଇଁ ସେ ଏଚ୍ଡିଏଫସି ବ୍ୟାଙ୍କରୁ ଋଣ କରିଥିଲେ। ତେବେ ୧୮ ମାସ ଭିତରେ ତାଙ୍କର ତିନୋଟି କିସ୍ତି ଫେଲ ହୋଇଥିଲା। ଏନେଇ ଗତକାଲି ମଧ୍ୟାହ୍ନରେ ବ୍ୟାଙ୍କର ଋଣ ଆଦାୟ କର୍ମଚାରୀ ତାଙ୍କ ଘରେ ପହଂଚି କିସ୍ତି ନଦେଲେ ଗାଡି ନେବୁ ଏବଂ ଥାନାରେ ଅଭିଯୋଗ କରିବୁ ବୋଲି ଧମକ ଦେଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ଉମେଶ ଆଜି ସନ୍ଧ୍ୟାରେ ଘର ଭିତରେ ଭିତର ପଟୁ କବାଟ ଦେଇ ରହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରକୁ ନଆସିବାରୁ ପରିବାର ଲୋକେ କାଵଟ ଭାଙ୍ଗି ଉମେଶଙ୍କୁ ଏକ ତାଳ ଗଡାଣରେ ବେକରେ ଶାଢ଼ୀ ବାନ୍ଧି ଝୁଲୁଥିବା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଂଚି ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।