ସୋର,୩/୯ : ପ୍ରେମ କରି ଧ୍ୱକା ଖାଇ ଜଣେ ଯୁବକ ଆତ୍ମହତ୍ୟା ଉଦେଶ୍ୟରେ ହାତ କାଟି ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣଙ୍କ ହେଲେ ଖଇରା ଥାନା ଅଧିନ ଖଇରା ଅଂଚଳର ରଞ୍ଜନ ତ୍ରିପାଠୀ (୨୭)। ରଞ୍ଜନ ଗତ ୪ ବର୍ଷ ତଳେ ବମ୍ବେରେ କାମ କରୁଥିବା ବେଳେ ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କ ସହ ଫେସବୁକ ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଥିବା ବେଳେ ଗତ କିଛିଦିନ ତଳେ ଫାଟ ସୃଷ୍ଟି ହୋଇଥିଲା। ରଞ୍ଜନ ଯୁବତୀ ଜଣଙ୍କୁ ବାରମ୍ବାର ଯୋଗାଯୋଗ କରିବାରୁ ଯୁବତୀ ଜଣଙ୍କ ତାଙ୍କୁ ସମସ୍ତ ଫେସବୁକ ଓ ୱାର୍ଟଅପ ଆଦି ସୋସିଆଲ ମିଡିଆରୁ ତାଙ୍କୁ ବାଦ ଦେଇଦେଇଥିଲେ। ଆଜି ସନ୍ଧ୍ୟାରେ ରଞ୍ଜନ ବାଲେଶ୍ୱରରୁ ଫେରିବା ବେଳେ ବାରିକପୁର ନିକଟରେ ମାନସିକ ଭାରସାମ୍ୟ ହରାଇ ଏକ ନୂଆ ବ୍ଲେଡ଼ କିଣି ହାତକୁ ବାରମ୍ବାର କାଟିଥିଲେ। ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ବନ୍ଧୁ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।