ଦାରିଙ୍ଗବାତି,୩୦/୪(ସୁଶାନ୍ତ କୁମାର ସାହୁ):
ବାଲିଗୁଡା ଥାନା ଅନୁର୍ଗତ ଜଗେରମାହା ଗ୍ରାମରୁ ଗଞୋଇ କାରରେ ଖୋର୍ଧା ଚାଲାଣ ବେଳେ ଦାରିଙ୍ଗବାଡି ପୋଲିସ ଚଢ଼ାଉ କରି ୩୬ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥୁସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ଜଗେରମାହା ଗ୍ରାମର ଗେଲେ ଦିଗାଲ ।
ଗେଲେ ଦିଗାଲ ଏକ ଟାଟା ଇଣ୍ତିଗୋ କାର ଓଡ଼ି-୦୫ଓଭି-୮୬୮୧ ଗାଡ଼ିରେ ରେ ନିଜ ଗାଁ ରୁ ଗଞ୍ଜେଇ ଖୋର୍ଧା ଅଞ୍ଚଳକୁ ବିକ୍ରୟ କରିବା ପାଇଁ ନେଉଥୁଲେ। ପୋଲିସ କୌଣସି ସୂତ ରୁ ଖବର ପାଇଁ ଥାନା ଅଧୂକାରୀ ଙ୍କ ନେନୃତୃ କ୍ରମେ ଏସଆଇ ଲକ୍ଷ୍ମୀ ମାଝୀ ଙ୍କ ସମେତ ପୋଲିସ ଫୋର୍ସ ଶ୍ରାନିକେତା ସ୍ଥିତ ଆମ୍ଵ ଖାଲିଆ ଘାଟିରେ କାରକୁ ଅଟକାଇ ଯାଞ୍ଜ କରିଥିଲେ। କାର ରୁ ୩୬ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦିଗାଲଙ୍କୁ କେଶ ନମ୍ବର 78/2024 U/S 20(b).(ii)(C)/25/29 NDPS Act ଗିରଫ କରି କୋର୍ଟ ଚାଲଣ ହୋଇଥିବା ସୂଚନା ମିଳିଛି ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।