ମୋ ଟିଭି ଓଡିଶା / ସୋର : ୧୭/୦୯/୨୪
ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କ ଖସିବାକୁ ଉଦ୍ୟମ କରିବାରୁ ଯୁବକ ଜଣଙ୍କ ତାଙ୍କୁ ଏକ କଟୁରିରେ ଆକ୍ରମଣ କରି ଥିବା ନେଇ ଥନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସୋର ବ୍ଲକ ତଳନଗର ପଂଚାୟତ ହବେଳି ଗଣ୍ଡତରା ଗ୍ରାମର ବିଷ୍ଣୁମୋହନ ରାଉତ ବିଦେଶରେ ରହୁଥିବା ବେଳେ ଆଜି ଘରକୁ ଫେରିଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ଦାଦା ଝିଅ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତାଙ୍କ ଭଉଣୀ ଖସିବାକୁ ଉଦ୍ୟମ କରିବା ସମୟରେ ବିଷ୍ଣୁ ମୋହନ ଏକ କଟୁରିରେ ତାଙ୍କ ହାତକୁ ହାଣି ଫେରାର ହୋଇଯାଇଥିଲେ। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡକ୍ଟରଖାନାରେ ଭର୍ତି କରିଥିଲେ। ଏନେଇ ଥନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l
ଦୁଷ୍କର୍ମ ଉଦ୍ୟମ ପରେ ବିଫଳ ହୋଇ ଯୁବତୀ ଙ୍କୁ ସମ୍ପର୍କୀୟ ଭାଇ ଙ୍କ କଟୁରୀ ରେ ଆକ୍ରମଣ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।