MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲକ୍ଷ୍ମୀ ବାସ ଡ୍ରାଇଭରଙ୍କୁ ଦୁର୍ବ୍ୟହାର : ପ୍ରତିବାଦରେ ବସ ଚଳାଚଳ ବନ୍ଦ

ସୋର ଲଷ୍ମୀବସର ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ କରାଯାଇଛି। ଫଳରେ ଏହି ବସ ଉପରେ ନିର୍ଭରଶୀଳ ଅନେକ ସାଧାରଣ ଲୋକେ ଅନେକ ଅସୁବିଧାକୁ ସମ୍ମୁଖୀନ କରିଛନ୍ତି। ଲକ୍ଷ୍ମୀ ବସର ସୁପ୍ରଭାଇଜର ରାଜାରାଜ ପାଳଙ୍କ ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନ ସମୟରେ ଓଡ଼ି ୦୧ ଏଡବ୍ଲୁ ୨୫୯୦ ନମ୍ବର ବିଶିଷ୍ଟ ଲକ୍ଷ୍ମୀ ବସ ଟି ଉତ୍ତରେଶ୍ୱର ନିକଟରେ ପମ୍ପଚର ହୋଇଥିଲା। ଫଳରେ ଗାଡିର ଚାଳକ ଗାଡିକୁ ସେଠାରେ ରଖି ପମ୍ପଚର ହୋଇଥିବା ଚକା ଖୋଲୁଥିବା ବେଳେ ଜଣେ ଦୋକାନୀ ତାଙ୍କ ଦୋକାନ ଆଗରେ କାହିଁକି ଗାଡି ରଖାଯାଇଛି କହି ଡ୍ରାଇଭର ଅଜୟ କୁମାର ଜେନାଙ୍କୁ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ। ଖବର ପାଇ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସେହିପରି ଗତ ୧୦ ତାରିଖ ସନ୍ଧ୍ୟା ୬:୪୦ ମିନିଟ ସମୟରେ ସମାନ ଢଙ୍ଗରେ ଓଡ଼ି ୦୧ ଏଡବ୍ଲୁ ୨୫୪୪ ନମ୍ବର ବିଶିଷ୍ଟ ଗାଡିଟି ସବିରାରୁ ସୋର ଅଭିମୁଖେ ଆସୁଥିବା ବେଳେ ଗାଡିର ଡ୍ରାଇଭର ଶେଖ ଜାକିରଙ୍କୁ ଅଡଙ୍ଗ ବଜାରର ଜଣେ ବ୍ୟବସାୟୀ ବଜାର ଭିତରେ ଗାଡି କାହିଁକି ଆଣୁଛ କହି ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଏନେଇ ଥନାରେ ଅଭିଯୋଗ ହୋଇଥିଲା। ତେବେ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଆଜି ମଧ୍ୟାହ୍ନ ଠାରୁ ବ୍ଲକରେ ଚାଲୁଥିବା ଚାରୋଟି ଲକ୍ଷ୍ମୀବସର ଚାଳକ ଓ କର୍ମଚାରୀ ମାନେ ଏକତ୍ରିତ ହୋଇ ଥନାରେ ଏ ବାବଦରେ ଅଭିଯୋଗ କରିବା ସହିତ ଗାଡ଼ିଗୁଡିକୁ ଚଳାଚଳ ବନ୍ଦ କରିଥିଲେ। ଏହ ସମୟରେ ଅନେକ ସାଧାରଣ ଲୋକେ ହଇରାଣ ହରକତ ହୋଇଥିଲେ। ଦୀର୍ଘ ଘଣ୍ଟା ଧରି ବସ ସେବା ବନ୍ଦ ହେବା ପରେ ଉପରସ୍ଥ ଅଧିକାରୀ ଡ୍ରାଇଭର ଓ ସୁପର ଭାଇଜରଙ୍କ ସହ କଥା ହେବା ପରେ ତିନୋଟି ବସ ସେବା ଯୋଗାଇଥିବା ବେଳେ ସୋରରୁ ସବିରା ଭାୟା ବଉଳଗଡ଼ିଆ ଗାଡିଟି ବନ୍ଦ କରାଯାଇଥିଲା। ସମସ୍ୟାର ସମାଧାନ ହେବା ପରେ ଏହି ଗାଡିଟି ଗଡ଼ିବ ବୋଲି ଜଣାପଡିଛି। ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସମାଧାନ କରାଯାଇ ବସ ସେବା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।

ମୋ ଟିଭି ଓଡିଶା, ସୋର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।