February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ

ମୋ ଟିଭି ଓଡିଶା / ନୂଆଦିଲ୍ଲୀ :

ରାଜଧାନୀ ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ଦୁଷ୍କର୍ମ ପରେ ଯୁବତୀ ଜଣଙ୍କୁ ରାସ୍ତାରେ ଫିଙ୍ଗି ଚାଲିଯାଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପୁଲିସ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି।

ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଏକାଧିକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୀଡ଼ିତା ଜଣେ ଗ୍ରାଜୁଏଟ ଏବଂ ତାଙ୍କୁ ପ୍ରାୟ ୩୪ ବର୍ଷ ହେବ ବୋଲି ଜଣାପଡ଼ିଛି।

ଆବାସିକ କମିଶନର ବିଶାଲ ଗଗନ୍‌ କହିଛନ୍ତି ଯେ, ସେ ପୀଡ଼ିତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ପୀଡ଼ିତାଙ୍କୁ ସହଯୋଗ କରିବା  ଲାଗି ତାଙ୍କ ନିକଟରେ ଆବାସିକ କମିଶନ ଅଧିକାରୀ ରହିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଅବଗତ କରାଯାଇଛି। ତାଙ୍କ ଭାଇ ଏବଂ ପରିବାର ଲୋକ ଟ୍ରେନରେ ଦିଲ୍ଲୀ ଆସୁଛନ୍ତି। ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି । ଦିଲ୍ଲୀ ପୁଲିସ ଏହାର ତଦନ୍ତ କରୁଛି ବୋଲି ଗଗନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ”ଯୁବତୀ ଜଣଙ୍କ ଓଡିଶାର ବାସିନ୍ଦା ହୋଇଥିବା ବେଳେ ଏକ ବର୍ଷ ହେବ ଦିଲ୍ଲୀରେ ରହୁଥିଲେ । ଦିଲ୍ଲୀର କାଟୱରିଆସାରରେ ଅନ୍ୟ ଜଣେ ଯୁବତୀଙ୍କ ସହ ଘର ଭଡା ନେଇ ରହୁଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଅଗଷ୍ଟରେ ସେ ଘର ଛାଡି ଦେଇଥିଲେ । ଅନେକ ଦିନ ପର୍ଯ୍ୟନ୍ତ ରାସ୍ତାରେ ଦିନ କାଟୁଥିଲେ । ସେ ଜଣେ ଗ୍ରାଜୁଏଟ ମଧ୍ୟ ।

ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାମରୁଦପୁରରେ ଜଣଙ୍କ ଘରେ ସେ ପଶିବାକୁ ଉଦ୍ୟମ କରିଥିବା ଖବର ଆସିଥିଲା । କିନ୍ତୁ ଏନେଇ କୌଣସି ଅଭିଯୋଗ ହୋଇନଥିଲା । ସେ କିଷନଗଡର ଏକ ଏଟିଏମ୍ ବୁଥ୍ ଭିତରେ ମଧ୍ୟ ରାତି କଟାଇଛନ୍ତି । ଯୁବତୀ ଜଣଙ୍କ ତାଙ୍କ ବିବୃତ୍ତି ବାରମ୍ବାର ପରିବର୍ତ୍ତନ କରୁଛନ୍ତି । ତଦନ୍ତରେ ସହ ସହଯୋଗ କରୁନାହାଁନ୍ତି। ଘଟଣା ସମ୍ପର୍କରେ ତାଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରାଯିବ ।” ତେବେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।