ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) : ୦୧/୧୨/୨୪
ଆଜି ଡିସେମ୍ବର ୧ ତାରିଖ ରବିବାର ଅପରାହ୍ନ ବେଳେ ସୁନ୍ଦରଗଡ ବାଇପାସ (ରାଜ୍ୟ ରାଜପଥ 10) ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା ।

କୋଇଲା ବୋଝେଇ ଟ୍ରଲର ଯାତ୍ରୀବାହି ଟେମ୍ପୋ କୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବାବେଳେ ଜଣେ ପୁରୁଷ ଗୁରୁତର ଥିବା ଜଣାପଡିଛି । କୌଣସି ଏକ ଭାରିଯାନ (କୋଇଲା ବୋଝେଇ ଟ୍ରଲର) ସମ୍ପୃକ୍ତ ମହିଳାଙ୍କୁ ଚକଟି ଫେରାର ମାରିଛି ।

ପ୍ରାଥମିକ ସୂଚନା ଅନୁସାରେ ମହିଳା ଜଣକ ନିଜ ସ୍ୱାମୀ ସହ ନୂଆଁ ବସଷ୍ଟାଣ୍ଡ ରୁ ଟେମ୍ପୋ ରେ ପନସପଡା (ସଙ୍କରା) ନିଜ ଘର କୁ ଫେରୁଥିଲେ । ମୃତ ମହିଳା ଙ୍କ ନାମ ହେଲେନ ବୁଡ । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।