MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ : ପୋଖରୀରେ ବୁଡ଼ି ଚାଲିଗଲା ଜଣକ ଜୀବନ


ବାଲିଗୁଡ଼ା:(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜୀବନ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଅଞ୍ଚଳରେ । ମୃତକ ମହାସିଙ୍ଗି ଗ୍ରାମର ଭକ୍ତରାମ ପୁଜାରୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଭକ୍ତରାମ ସବୁଦିନ ଭଳି ଶନିବାର ମଧ୍ୟ ବିଲରୁ କାମ ସାରି ଗେଗୁର ପଦର ନିକଟସ୍ଥ ଡିଗୁରିସାହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାକୁ ପୋଖରୀ ଭିତରକୁ ପଶିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ ଭକ୍ତରାମ । କିଛି ସମୟ ପରେ ଅଞ୍ଚଳର କିଛି ଲୋକେ ସେହି ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଭକ୍ତରାମଙ୍କ ଶବ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗ କୁ ଜଣାଇଥିଲେ । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ପୋଖରୀରୁ ଶବ ଉଦ୍ଧାର କରିବା ପରେ ବାଲିଗୁଡ଼ା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଭକ୍ତରାମଙ୍କ ପ୍ରକୃତ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ସେପଟେ ମୃତକଙ୍କ ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକ । ପୋଖରୀର ପାହାଚରେ ଶିକୁଳି ଲାଗିଛି । ଏଣୁ ଶିକୁଳିରେ ଗୋଡ଼ ଖସି ପୋଖରୀରେ ବୁଡ଼ି ଭକ୍ତରାମଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ବାଲିଗୁଡ଼ା ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ ବାରିକ୍ ପ୍ରକାଶ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।