ସୁନ୍ଦରଗଡ଼ ନୂଆଁ ଅମଲି ପାଲି ରେ ଟ୍ରଲର ଧକ୍କାରେ ଜଣେ ମହିଳା ସମେତ ମହିଳାଙ୍କ ଛଅ ଗୋଟି ଛେଳିଙ୍କ ଘଟଣା ସ୍ଥଳରେ ମୃତ୍ୟୁ। ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ….
ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ )
ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ନୂଆ ଅମଲି ପାଲି ନିକଟର ଟ୍ରଲର ଧକ୍କାରେ ଜଣେ ମହିଳା ସମେତ ତାଙ୍କର ଛଅ ଗୋଟି ଛେଳିଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ନୂଆ ଅମଲି ପାଲିର ଗୁରୁବାରି ବୁଡ଼ା (୫୮)। ବେପରୁଆ ଗାଡ଼ି ଚାଳନା କରିବା ସହ ରଙ୍ଗ ୱେ ରେ ଚାଳନା କରି ଚାଳକ ଏହି ଘଟଣା ଘଟାଇଛି।

ତେବେ ଟ୍ରଲରଟି ସୁନ୍ଦରଗଡ଼ ପାରିଜାତ ପାର୍କ ପଟୁ ଏମ ସି ଏଲ୍ କୁ କୋଇଲା ଆଣିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି। ଦୁର୍ଘଟଣା ଘଟାଇବା ପରେ ଚାଳକ ଫେରାର ହୋଇଯାଇଛି। ତେବେ ଟାଉନ୍ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।