ସୋର : ୨୫/୧୧/୨୪
ମୋବାଇଲ ଲୁଟ କରି ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ହେଲେ ଗୋପାଳପୁର ମଦନପୁର ଅଞ୍ଚଳର କହ୍ନେଇ ମଳିକ ।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ସୋର ଅଂଚଳର ଅନିତା ନାୟକ ଓ ତାଙ୍କ ପୁଅ ଏକ ସ୍କୁଟି ଯୋଗେ ଜିରତାଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ଦହିସଡା ନିକଟସ୍ଥ ସନି ମନ୍ଦିର ନିକଟରେ କହ୍ନେଇ ଅନିତାଙ୍କ ହାତରୁ ମୋବାଇଲ କୁ ଝାମ୍ପିନେଇ ବାଲେସ୍ବର ଅଭିମୁଖେ ଚାଲିଯାଇଥିଲେ। ପରେ ଅନିତା ଓ ତାଙ୍କପୁଅ ଉକ୍ତ ଯୁବକଙ୍କ ପିଛା କରି ଯାଉଥିବା ବେଳେ କହ୍ନେଇ ମର୍ଡନ ହୋଟେଲ ନିକଟରେ ଭାରସାମ୍ୟ ହରାଇ ଗାଡିରୁ ପଡି ଯାଇଥିଲେ।
ଏଥିରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇଁ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ନେବା ସହିତ ଘଟଣାର ଅଧିକ ତଦନ୍ତ ଅରମ୍ଭ କରିଛି। ତେବେ ଯୁବକ ଜଣକ ଜଣକ ବ୍ୟବହାର କରିଥିବା ବାଇକ ଟି ମଧ୍ୟ ଚୋରା ବାଇକ କିଛି ଦିନ ତଳେ ରେମୁଣା ଅଞ୍ଚଳ ରୁ ଚୋରି ହୋଇଥିବା ସୂଚନା ମିଳିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।