MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଭିଯୁକ୍ତ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କୁ ଜେଲରେ ଦିଆଯାଉଥିଲା ଭିଆଇପି ସେବା

ମୋ ଟିଭି ଓଡିଶା ବ୍ୟୁରୋ : ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କୁ ଜେଲରେ ଦିଆଯାଉଥିଲା ଭିଆଇପି ସେବା। ଯାହାର ଏକ ଫଟୋ ଏବଂ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି। ଏହି ଘଟଣାରେ ପ୍ରାଥମିକ ତଦନ୍ତ ପରେ ୭ଜଣ ଜେଲ ଅଧିକାରୀଙ୍କୁ ନିଲମ୍ବିତ କରିଛି କର୍ଣ୍ଣାଟକ ଗୃହ ବିଭାଗ। ଜେଲରେ ବ୍ୟାପକ ସୁରକ୍ଷା ତ୍ରୁଟି ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ପୁଲିସ ସେଠାକୁ ଯାଇ ତଦନ୍ତ କରିଥିଲା। ବର୍ତ୍ତମାନ ଆମେ ଘଟଣାର ଅଧିକ ଅନୁସନ୍ଧାନ କରୁଛୁ। ପ୍ରାଥମିକ ତଦନ୍ତ ପରେ ୭ଜଣଙ୍କୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନର ଅନୁସାରେ ଦର୍ଶନଙ୍କୁ ବେଙ୍ଗାଲୁରୁର ପାରାପ୍ପାନ୍ନା ଅଗ୍ରାହାରା ସେଣ୍ଟ୍ରାଲ ଜେଲରେ ରଖାଯାଇଛି। ଜେଲରେ ଥିବାବେଳେ ତାଙ୍କ ଭିଆଇପି ସେବା ଯୋଗାଇ ଦିଆଯାଉଥିବାର ଫଟୋ ଓ ଭିଡ଼ିଓ ଗୋଟିଏ ଦିନ ପୂର୍ବରୁ ଭାଇରାଲ ହୋଇଥିଲା। ଫଟୋରେ ଦେଖିବାକୁ ମିଳିଥିଲା ଯେ ଦର୍ଶନ ଏକ ଚେୟାରରେ ବସି ସିଗାରେଟ୍‌‌ ଓ କଫି ପିଉଥିଲେ। ତାଙ୍କ ସହ ଆଉ ୩ଜଣ ମଧ୍ୟ ଥିଲେ। ଏହାସହିତ ଭିଡ଼ିଓ କଲରେ ଦର୍ଶନ କାହା ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା। ଭାଇରାଲ ଫଟୋ ଓ ଭିଡ଼ିଓକୁ ଦେଖି ରେଣୁକାସ୍ୱାମୀଙ୍କ ବାପା ଶିବ ଗୌଡ ଦର୍ଶନଙ୍କ ସହ ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜୁନ ୯ରେ ବେଙ୍ଗାଲୁରୁର ଏକ ଫ୍ଲାଏଓଭର ନିକଟରୁ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା। ପରେ ରଣୁକାଙ୍କୁ ହତ୍ୟା କରିବାର ସୁପାରି ଦର୍ଶନ ଦେଇଥିବା ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।