ଛୁରାମାଡ଼ କରିଥିବା ସନ୍ଦିଗ୍ଧ ଯୁବକ ଗିରଫ । ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫଙ୍କୁ ଛୁରାମାଡ଼ କରିଥିଲା । ଆକ୍ରମଣ ପରେ ବାନ୍ଦ୍ରା ଷ୍ଟେସନରେ ସନ୍ଦିଗ୍ଧ ଯୁବକକୁ ପୋଲିସ ଦେଖିଥିଲା । ଗତକାଲି ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ଘଟଣା। ସେତେବେଳେ ସୈଫ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶୋଇଥିଲେ। ପରିବାରର ଅନ୍ୟ ଲୋକମାନେ ମଧ୍ୟ ଥିଲେ। ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ। ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କଠୋରୀରେ ଶୋଇଥିଲେ। ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି କଠୋରୀରେ ପଶିଥିଲେ। ଘରୋଇ ସହାୟିକା ତାଙ୍କୁ ଦେଖିବା ପରେ ଚିତ୍କାର କରିଥିଲେ। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଆଘାତ ଦେବାକୁ ପ୍ରୟାସ କରିଥିଲେ। ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ। ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲେ। ଆହତ ସୈଫଙ୍କୁ ତୁରନ୍ତ ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା। ଏହି ଅତର୍କିତ ଆକ୍ରମଣରେ ସୈଫ୍ଙ୍କ ବେକ, ହାତ ଓ ମେରୁଦଣ୍ଡ ଉପରଭାଗରେ ଗଭୀର ଆଘାତ ଲାଗିଛି। ତେବେ ଲୀଲାବତୀ ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ପରେ ବିପଦମୁକ୍ତ ଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛି।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।