January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ଜନ୍ମବେଦୀକୁ ବିଜେ କରିବେ ବିଶ୍ବନିଅନ୍ତା,

ମୋ ଟିଭି ଓଡିଶା / ପୁରୀ :

ଆଜି ରଥରୁ ଆଡପମଣ୍ଡପ ବିଜେ କରିବେ ଦାରୁବ୍ରହ୍ମ । ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ବନିଅନ୍ତା । ଆଜି ଶରଧାବାଲିରେ ଦିନସାରା ଶ୍ରୀଜିଉଙ୍କ ଦର୍ଶନ ପାଇବେ ଭକ୍ତ । ଶରଧାବାଲିରେ ଉଭା ହୋଇଛନ୍ତି ବିଶ୍ବନିଅନ୍ତା । ରତ୍ନ ସିଂହାସନ ଛାଡି ଜନ୍ମ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଆଜି ଜନ୍ମବେଦୀ ତଥା ଆଡପମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯିବା ପରେ ସନ୍ଧ୍ୟାରେ ଦାରୁଦିଅଁଙ୍କ ପହଣ୍ଡି ବିଜେ ଆରମ୍ଭ ହେବ । ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ବନିଅନ୍ତା । ଏହାପରେ ଆସନ୍ତାକାଲି ଶ୍ରଦ୍ଧାଳିଙ୍କୁ ମିଳିବ ଆଡପ ଅବଢା ।

ଗତକାଲି ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ସମସ୍ତ ନୀତିକାନ୍ତି ହୋଇଥିଲା । ଶ୍ରଦ୍ଧାଳି ମାନେ ଭଗବାନଙ୍କୁ ଶରଦାବାଲିରେ ଦର୍ଶନ କରିଥିଲେ । ରାତିରେ ପହଡ ପଡିବା ପରେ ଆଜି ସକାଳୁ ପହଡ ଖୋଲିବା ସହ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟ ନୀତିକାନ୍ତି ହେବ । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି କରାଯିବ । ପହଣ୍ଡି ପୂର୍ବରୁ ଆଜି ଦିନ ତମାମ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ଭକ୍ତ । ଯେଉଁ ମାନେ ରଥଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଥିଲେ , ସେମାନେ ଆଜି ଦର୍ଶନ କରିପାରିବେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।