January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ତିନି ରଥରେ ଶ୍ରୀଜିଉଙ୍କ ଠାରେ ଲାଗି ହେବ ଅଧରପଣା ।

ମୋ ଟିଭି ଓଡିଶା / ପୁରୀ: 

ବଡଦାଣ୍ଡରେ ମାନବୀୟ ଲୀଳାଖେଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥାରୁଢ ପ୍ରଭୁଙ୍କ କାଲି ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ଠାରେ ଅଧରପଣା ଲାଗି ହେବ । ତିନି ରଥରେ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ଦ୍ରବ୍ୟ ପଡି ପଣା ପ୍ରସ୍ତୁତ ହୋଇଥାଏ । ୯ଟି ହାଣ୍ଡିରେ ପଣା କରାଯାଇ ହାଣ୍ଡିକୁ ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଅଶରିରୀଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ ।

ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କର ଅଧର ମଧୁର, ବଚନ ମଧୁର ଓ ରୂପ ବି ମଧୁର । ତାଙ୍କର ଚକା ଆଖି ପାଇଁ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଆଉ ନାଲି ଓଠ ପାଇଁ ଅନୁଷ୍ଠିତ ହୁଏ ଅଧରପଣା । ସୁନାବେଶ ପରଦିନ ସିଂହଦ୍ବାରରେ ରଥ ଉପରେ ଏହି ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଅଧର ସମାନ ଲାଉ ତୁମ୍ଭ ଭଳି ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ୱତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତିକୁ ଅଧରପଣା ନୀତି କୁହାଯାଏ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରାରେ ରଥ ସହିତ ଅନେକ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ମହାପ୍ରଭୁ ନୀଳକନ୍ଦରକୁ ବିଜେ ପୂର୍ବରୁ ଏମାନଙ୍କ ଉଦ୍ଧାର ନିମନ୍ତେ ତଥା ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୋଇଥାଏ । ଏହି ନୀତି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ହୋଇଥାଏ । ମହାପ୍ରଭୁଙ୍କ ଅଧର ପଣା ପ୍ରସ୍ତୁତି ମଧ୍ୟ ସ୍ବତନ୍ତ୍ର । ଶ୍ରୀମନ୍ଦିର ସମ୍ମୁଖରେ ଥିବା କୂପରୁ ଜଳ ନିଆଯାଇ ସ୍ବତନ୍ତ୍ର ହାଣ୍ଡିରେ ରଖାଯାଏ । କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଯାଇ ଫଳ, ଶର୍କରା ଆଦି ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶାଯାଇ ସ୍ବତନ୍ତ୍ର ପଣା ପ୍ରସ୍ତୁତ ହୋଇଥାଏ ।

ପ୍ରତି ରଥରେ ୩ଟି ହାଣ୍ଡି ହିସାବରେ ମୋଟ ୯ଟି ଭୋଗ ଲାଗିବା ପରେ ଏହି ହାଣ୍ଡିଗୁଡିକୁ ଭାଙ୍ଗି ଦିଆଯାଏ । ପଣାଗୁଡି଼କ ରଥ ତଳକୁ ବହିଯାଏ । ଯାହାପରେ ଅପେକ୍ଷାରତ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ଅଶରିରୀମାନେ ଏହି ପଣାକୁ ପାନ କରି ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପରଦିନ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ପୂର୍ବ କାଳରେ ଅଧରପଣା ନୀତି ତିନି ଦିନ ଅନୁଷ୍ଠିତ ହେଉଥିଲା । ପରବର୍ତ୍ତୀ ସମୟରେ ଏହି ଅଧରପଣା କେବଳ ସୁନାବେଶ ପରଦିନ ପାଳନ ନେଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼େ । ମହାପ୍ରଭୁ ସମସ୍ତଙ୍କ ପାଇଁ ମୋକ୍ଷ ଓ ମୁକ୍ତିର ବାଟ । ତେଣୁକରି ମହାପ୍ରଭୁ ନୀଳ କନ୍ଦରକୁ ବିଜେ ପୂର୍ବରୁ ଅଶରିରୀଙ୍କ ତଥା ଅନ୍ୟାନ୍ୟ ଦେବାଦେବୀଙ୍କ ଉଦ୍ଧାର ଓ ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୁଏ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।