MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯୋଜନାକୁ ୨ବର୍ଷ ପୂରିଲା, ଆବର୍ଜନା ପୃଥକୀକରଣ କେନ୍ଦ୍ର କାମରେ ଲାଗୁନି


ଅସଫଳ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ


ମୋ ଟିଭି ଓଡିଶା / ଆଗରପଡ଼ା : ତା୩୦/୭:

ସରକାର ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର କୌଣସି କାମରେ ଲାଗି ପାରୁନଥିବାରୁ ଏକ ଅସଫଳ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏହିପରି ସ୍ଥଳେ ଏବେବି ବିଭିନ୍ନ ପଂଚାୟତରେ ନୂତନ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ ହେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଏକଲକ୍ଷ ଟଙ୍କା ବ୍ୟୟରେ ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ଆବର୍ଜନା ପୃଥକୀ କରଣ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ନିର୍ମାଣକୁ ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିଭିନ୍ନ ପଂଚାୟତରେ ଏହା ତାର ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଯାଇଥିବା ବେଳେ କାର୍ଯ୍ୟକ୍ଷମ ନହେଉଣୁ ଛୟାଳସିଂହ ପଂଚାୟତର ଛଆଳସିଂହ ଗ୍ରାମରେ ନିର୍ମିତ କେନ୍ଦ୍ରର ଅଧା ଛାତ(ଆଜବେଷ୍ଟସ)ଉଡ଼ି ଯାଇଥିବା ବେଳେ ଅନ୍ୟ ପଂଚାୟତରେ ନିର୍ମିତ କେନ୍ଦ୍ର କାମରେ ଲାଗି ନପାରି କେବଳ ଶୋଭା ବର୍ଦ୍ଧନ କରୁଛି ।

ସୂନ୍ଦର ରଙ୍ଗ କାମକୁ ତିନି ଗୋଟି ଅଲଗା ଅଲଗା କୋଠରୀ ନିର୍ମାଣ କରାଯାଇଥିବା ବେଳେ ନିର୍ମିତ କେନ୍ଦ୍ରର କାନ୍ଥ ଚାରିପଟେ ଏହାର ଉପଯୋଗିତା ଉପରେ ବ୍ୟଙ୍ଗ ଚିତ୍ର ମଧ୍ୟ ଅଙ୍କା ଯାଇଛି । କିନ୍ତୁ ନିର୍ମାଣକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଏହା କାମରେ ଲାଗି ପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପର ପକ୍ଷରେ କାଦବରାଙ୍ଗ ପଂଚାୟତରେ ନିର୍ମିର କେନ୍ଦ୍ରଟି କାଦବରାଙ୍ଗ ବଜାର ଅଂଚଳରେ ନିର୍ମିତ ହୋଇଥିବାରୁ ବଜାର ଅଂଚଳ ସ୍ୱଚ୍ଚ ରହିବାରେ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ବେଳେ କୁଣ୍ଡ ପଡ଼ିଛି ଫାଙ୍କା କିନ୍ତୁ ବାହାରେ ଗଦା ଗଦା ଅଳିଆ ପଡ଼ି ପରିବେଶକୁ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି । ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ଏହାର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପ୍ରକଳ୍ପର ସଫଳ ରୂପାୟନ ହୋଇପାରୁନଥିବା ଉକ୍ତ ପ୍ରକଳ୍ପକୁ ଦେଖିଲେ ସ୍ପଷ୍ଟ ବାରୀ ହୋଇ ପଡ଼ୁଛି ।

ବିଭିନ୍ନ ପଂଚାୟତରେ ଏହା କାର୍ଯ୍ୟକ୍ଷମ ହୋଇପାରୁନଥିବା ବେଳେ ଗତ ଜାନୁଆରୀ ମାସରେ ଓଡ଼ଙ୍ଗ ପଂଚାୟତରେ ଏକ ଆବର୍ଜନା ପୃଥକୀକରଣ କେନ୍ଦ୍ର ନିର୍ମାଣ କରାଯାଇଥିଲା ଏହାର ନିର୍ମାଣକୁ ୬ମାସ ନବିତୁଣୁ କାର୍ଯ୍ୟସ୍ଥଳୀ ନିକଟରେ ନିର୍ମତ ଫଳକ ଉଭାନ ହୋଇଯାଇଥିବା ଜଣାପଡ଼ିଛି । ସେହିପରି ବିଟିପୁର ପଂଚାୟତରେ ନିର୍ମିତ କେନ୍ଦ୍ରର ଆବଶ୍ୟକତା ଥିଲେ ସୁଦ୍ଧା ତାହା ନିର୍ମାଣର ବହୁଦିନପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନପାରି ପଡ଼ିରହିଛି ଏବଂ ଏହା ନିର୍ମାଣ ହୋଇଛି ସତ କିନ୍ତୁ ନିର୍ମାଣ ସ୍ଥାନରେ କୌଣସି ସୂଚନା ଫଳକ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ । ଯାହାକି ସ୍ୱଚ୍ଛ ଭାରତର ସ୍ୱଜ୍ଝତା ପ୍ରତି ଉପହାସ ସଦୃଶ ହୋଇଛି । ତେଣୁ ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପରେ ନୂତନ ପ୍ରକଳ୍ପ ନିର୍ମାଣ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।