ମୋ ଟିଭି ଓଡିଶା / ସୋର : ୧୧/୦୭/୨୦୨୪
୨୩ ଦିନ ପରେ ବାପା କୁ ହତ୍ୟା କରି ଫେରାର ଥିବା ପୁଅ କୁ ରାଜ୍ୟ ବାହାରୁ ଗିରଫ କଲା ସିମୁଳିଆ ପୋଲିସ l ସାମାନ୍ୟ ବଚଷା ରୁ ହୋଇଥିଲା ହତ୍ୟାକାଣ୍ଡ l ସିମୁଳିଆ ଥାନା ଗରସଙ୍ଗ ଗ୍ରାମ ର ଗତ ୧୬ ତାରିଖ ରେ ବାପା ପ୍ରଭାକର ବେହେରା ଙ୍କୁ ଠେଙ୍ଗା ରେ ପିଟିପିଟି ମାରିଦେଇଥିଲା ପୁଅ ରମେଶ ଚନ୍ଦ୍ର ବେହେରା l ବାପା କୁ ହତ୍ୟା କରି ଘର ପଛ ପଟ ବିଲ ରେ ପୋତି ଫେରାର ହୋଇଯାଇଥିଲେ l ଗତ ୨୧ ତାରିଖ ରେ ବାପା କୁ ଭାଇ ହତ୍ୟା କରିଥିବା ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନ ରେ ଛାନଭିନ ପରେ ଘର ନିକଟରେ ରେ ପଚା ଗନ୍ଧ ଆସୁଥିବା ନେଇ ଅଂଚଳବାସି ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଉକ୍ତ ସ୍ଥାନ କୁ ଖୁଲିବା ପରେ ବାପା ପ୍ରଭାକର ଙ୍କ ର ମୃତ ଦେହ ଉଦ୍ଧାର କରି ହତ୍ୟା ମାମଲା ରୁଜୁ କରି ସିମୁଳିଆ ଆଇଆଇସି ସ୍ୱର୍ଣ୍ଣଲତା ମିଂଜ଼ ଙ୍କ ନେତୃତ୍ୱ ରେ ପୁଅ ରମେଶ କୁ ଗିରଫ ପାଇ ଦୁଇଟି ଟିମ ଗଠନ କରିଥିଲେ l ଶେଷରେ ହାଇଦ୍ରାବାଦ ଏକ ଅଂଚଳରୁ ପୋଲିସ ରମେଶ କୁ ଗିରଫ କରିଥିଲେ l ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଲନି ରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ ଶଶାଙ୍କ ଶେଖର ବେୱରା l
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।