February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିର୍ମାଣକୁ ୪ବର୍ଷ ପୂରିଲାଣି, ଗୋଷ୍ଠୀ ପରିମଳ କେନ୍ଦ୍ର ଅଧପନ୍ତରିଆ, ୭ଲକ୍ଷ ପରେବି ଲକ୍ଷ୍ୟ ପୁରୁନି


ମୋ ଟିଭି ଓଡିଶା / ଆଗରପଡ଼ା : ତା୩୧/୭

ଆଗରପଡ଼ା ବଜାର ଅଂଚଳରେ ଲାଗିରହିଥିବା ପରିମଳ ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବନ୍ତ ବ୍ଲକ ବଡ଼ମହିଁଷଗୋଠ ଓ ବିଟିପୁର ପଂଚାୟତ ତରଫରୁ ଆଗରପଡ଼ା ବଜାରରେ ୨୦୨୦-୨୧ ଆର୍ଥକ ବର୍ଷରେ ଗରୀବ ରୋଜଗାର ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୨ଗୋଟି ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ଅର୍ଥରେ ଏହା ସଂପୂର୍ଣ୍ଣ ହୋଇନପାରିବାରୁ ପରବର୍ତ୍ତି ମୁହୂର୍ତ୍ତରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପଂଚଦଶ ଆର୍ଥ କମିଶନ ଯୋଜନାରେ ୪ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ୨ଗୋଟି କେନ୍ଦ୍ର ନିର୍ମାଣକୁ ଇତି ମଧ୍ୟରେ ୪ବର୍ଷ ପୂରିବା ଓ ୭ଲକ୍ଷ ଟଙ୍କା ବ୍ୟୟ ହେବା ପରେ ମଧ୍ୟ ଏହା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପାରିପାଶ୍ୱିର୍କ ପରିସ୍ଥିତିକୁ ଆକଳନକୁ ନେଲେ ଏହାର ପୂର୍ଣ୍ଣତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉକ୍ତ ସ୍ଥାନ ନାନା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଦୂଷିତ ପରିବେଶ ସୃଷ୍ଟି କରିବାରେ ଲାଗିଛି । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୁପାୟନ ହୋଇପାରୁନଥିବା ଉକ୍ତ ୨ଗୋଷ୍ଠୀ କେନ୍ଦ୍ରକୁ ଦେଖିଲେ ପ୍ରତିଫଳିତ ହେଉଛି । କାର୍ଯ୍ୟାଦେଶ ଆଣିବା ପରେ ଅର୍ଥ ବ୍ୟୟ କରି କୌଣସି ଯୋଜନାକୁ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଆଗରପଡ଼ା । ଏଥି ସହିତ ବାଲେଶ୍ୱର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ହୋଇଥିବାରୁ ପ୍ରତିଦିନ ଏହି ଅଂଚଳ ଦେଇ ବିଭିନ୍ନ ସ୍ଥାନକୁ ଯାନବାହାନ ଚଳାଚଳ କରିଥାଏ । ମାତ୍ର ଏଠାରେ ଆଜିଯାଏ ଗୋଷ୍ଠୀ ପରିମଳ କେନ୍ଦ୍ର ନଥିବାରୁ ବସ ଯାତ୍ରୀ,ଦୋକାନୀଙ୍କ ସମେତ ବଜାରକୁ ଆସୁଥିବା ଲୋକମାନେ ପରିମଳ ପାଇଁ ନାନାଦି ହଇରାଣ ହରକତ ହେଉଥିବାର ପରିଲକ୍ଷିତ ହେଉଛି । ବିଭାଗୀୟ ଅଧିକାରୀ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଅଧପନ୍ତରିଆ ଗୋଷ୍ଠୀ କେନ୍ଦ୍ର ନିର୍ମାଣକୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବା ପାଇଁ ଚେଷ୍ଟିତ ହେବାକୁ ଅଂଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।