January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୮ ଘଣ୍ଟା ର ପରିଶ୍ରମ ପରେ ଧରାପଡ଼ିଲା କଲରାପତରିଆ ବାଘ।


ମୋଟିଭି ଓଡିଶା / ସୋର :  ୦୯/୦୬/୨୦୨୪


ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ, ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ଧରାପଡ଼ିଲା ବାଘ। ୫ ଜଣ ଗ୍ରାମବାସୀ ଙ୍କ ସମେତ ଜଣେ ଫରେଷ୍ଟର ଗୁରୁତର ଅବସ୍ଥାରେ ଆହାତ ହୋଇ ମେଡ଼ିକାଲରେ ଭର୍ତ୍ତି। ଗତକାଲି ମଧ୍ୟାହ୍ନ ସମୟରେ ଖଇରା ଦମକଳ ନିକଟସ୍ଥ ଗଡ଼ ଗ୍ରାମରେ କଲରା ପାତିଆ ବାଘର ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୫ ଜଣ ପୁରୁଷ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ଆହାତ ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦) ହୋଇ ଥିବାବେଳେ ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି ।

ପରେ ଖବର ପାଇ ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାକୁ ପ୍ରୟାସ କରିବାରୁ ବାଘଟି କେଉଁଠାରେ ଲୁଚି ଯାଇଥିଲା। ପରେ ଗ୍ରାମରେ ବନ ବିଭାଗର କର୍ମଚାରୀ ପହଂଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜୁ ଥିଲେ। ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ(୨୦)କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କରଧର କେସି (୫୫) ଓ ରାଧାକାନ୍ତ ନାୟକ(୨୦) ଉପରକୁ ଆକ୍ରମଣ କରି ପୁନର୍ବାର କୌଣସି ବୁଦାମୂଳରେ ଲୋଚି ଯାଇଥିଲା । ଗ୍ରାମରେ ଭୟ ଓ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଥିଲେ । ଶେଷ ରେ ଦୀର୍ଘ ୮ ଘଣ୍ଟା ର ପରିଶ୍ରମ ପରେ ବନ ବିଭାଗ ବାଘଟି କୁ ଧରିବା ରେ ସଫଳ ହୋଇଛନ୍ତି ।

Latest news