ଯୁକ୍ତ ୨ ମାନ୍ୟତା ପାଇବା ପରେ…କାଦବରାଙ୍ଗ ହାଇସ୍କୁଲରେ ପ୍ରଥମ କରି ପାଦ ଥାପିଲେ ବିଧାୟକ ସଂଜୀବ l ଲାଗିରହିଥିବା ସମସ୍ୟାର ସମାଧାନକୁ ନେଇ ଦେଲେ ପ୍ରତିଶ୍ରୁତି l
ମୋ ଟିଭି ଓଡିଶା / ଆଗରପଡ଼ା : ୧୦/୦୮
ଶନିବାର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ବନ୍ତ ବ୍ଲକ ଆନ୍ତର୍ଗତ କାଦବରାଙ୍ଗ ପଂଚାୟତରେ ଥିବା କାଦବରାଙ୍ଗ ହାଇସ୍କୁଲରେ ଉକ୍ତ ହାଇସ୍କୁଲ ଯୁକ୍ତ ୨ ମାନ୍ୟତା ପାଇବା ପରେ ପ୍ରଥମ କରି ପାଦ ଥାପିଥିବା ଜଣାପଡ଼ିଛି । ପ୍ରଥମ ପଦାର୍ପଣରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ, ଦଳୀୟ ନେତୃବୃନ୍ଦ ଓ ସବୈାପରି ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶୈକ୍ଷିକ ବାତାବରଣର ଅନୁସନ୍ଧାନ କରିବା ସହିତ ଲାଗିରହିଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପରେ ଲାଗିରହିଥିବା ସମସ୍ୟାର ସମାଧାନକୁ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।
ବିଧାୟକ ସଂଜୀବ ହାଇସ୍କୁଲ ପ୍ରଧାନଶିକ୍ଷକ ପିତବାସ ଜେନାଙ୍କ ସହିତ ଆଲୋଚନା କରୁଥିବା ସମୟରେ ସରୋଜ ବେହେରା, ସ୍ୱପ୍ନାଲୋକ ସୂତାର, ସୁଶ୍ରୀ ସଙ୍ଗିତା ଜେନା, ଅଭିଲିପ୍ସା ସେଣ୍ଢ, ଜୋସ୍ନାରାଣୀ ପହି, ପ୍ରତାପ ମଲ୍ଲିକ ପ୍ରମୁଖ ଯୁକ୍ତ ୨ ଶ୍ରେଣୀର ବିଭିନ୍ନ ବିଭାଗର ଅତିଧି ଅଧ୍ୟାପକ/ଅଧ୍ୟାପିକା, ହାଇସ୍ଖୁଲର ଲିପି ପରିଡ଼ା, ଭାସ୍ୱତୀ ଜେନା, ଅନୁରାଧା ପାଣିଗ୍ରାହୀ, ସୁକାନ୍ତ ସିଂହ, ଲୋପାମୁଦ୍ରା ସ୍ୱାଇଁ, ଶକୁନ୍ତଳା ରାଉତ, ସ୍ୱପ୍ନା ଗୁପ୍ତା, ଶୁଭଶ୍ରୀ ପଣ୍ଡା, ରେହା ରାଉଳ, ସଙ୍ଗିତା ବେହେରା, ଜ୍ୟୋତି ରଜଂନ ପଣ୍ଡା, ବିଶ୍ୱରଜଂନ ସାମଲ, ନବନିତା ନନ୍ଦୀ, ସସ୍ମୀତା ପାଣିଗ୍ରାହୀ, ଜସମୀନ୍ ରାଉତ, ଗାୟତ୍ରୀ ଜେନା, ନିରଜଂନ ପଲାଇ ପ୍ରମୁଖ ଶିକ୍ଷକ/ଶିୟୟିତ୍ରୀ ଓ ଶିକ୍ଷା କର୍ମୀ ଆଶିଷ ବିଶ୍ୱାଳ, ରାଜକିଶୋର ଜେନା ଏବଂ କର୍ମଚାରୀ ରିତାରାଣୀ ରାଉତ ପ୍ରମୁଖଙ୍କ ଊପସ୍ଥିତ ଥିଲେ ।
ଏଥି ସହିତ ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ, ବ୍ଳକ ସଭାପତି ସୋନୁ ମହାନ୍ତି, ଯୁବ ନେତା ବିପିନ୍ ବିହାରୀ ନାୟକ, କାଦବରାଙ୍ଗ ପଂଚାୟତ ବିଜେଡ଼ି ଯୁବ ସଭାପତି କିଶୋର ରାଉତ, ପଂଚାୟତ ନେତୃତ୍ୱ ପୂର୍ଣ୍ଣଚନ୍ଦ୍ର ସାହୁ, ବିଷ୍ଣୁ ପ୍ରସାଦ ଦାସ, ଆଦିତ୍ୟ ଯେନା, ଶୁବଳକାନ୍ତ ପଣ୍ଡା, ଭଗବାନ ଗିରି, ସନାତନ ସାହୁ, ହରହରି ଯେନା, କାହ୍ନୁ ଖିଲାର, କାଳନ୍ଦୀ ଯେନା, ଚନ୍ଦ୍ରମଣି ମିଶ୍ର, ଅଭୟ ନାୟକ, କରୁଣାକର ଯେନା, ବ୍ରଜ କିଶୋର ରାଉତ, ସୁବାସ ଯେନା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି;ଗତ ଜୁନ ୨୬ ତାରିଖରେ ରାଜ୍ୟ ସରକାରୀଙ୍କ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ୧୪ଟି ଜିଲ୍ଲାରେ ୭୯ଟି ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷିରେ ଭଦ୍ରକ ଜିଲ୍ଲାର ୪ଟି ହାଇସ୍କୁଲ ଅର୍ନ୍ତଭୂକ୍ତ । ତନ୍ନମଧ୍ୟରୁ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଅନ୍ୟତମ । ସରକାରଙ୍କ ନିର୍ଦ୍ଦେଶାନୁସାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୧୨୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ଓଡ଼ିଆ, ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର ଏବଂ ତର୍କ ଶାସ୍ତ୍ର ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବାକୁ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁସାରେ ଚଳିତ ମାସ ୧ତାରିଖ ଗୁରବାର ଠାରୁ ଚଳିତ ବର୍ଷର ଯୁକ୍ତ ୨ ପ୍ରଥମ ବର୍ଷ ପାଠ୍ୟକ୍ରମ ନାମ ଲେଖାଇଥିବା ୬୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି । ତେବେ ଏହି ବିଦ୍ୟାଳୟରେ ଶିକ୍ଷାଲାଭ କ୍ଷେତ୍ରରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିବାରୁ ଗୁଣାତ୍ମକ ଶିକ୍ଷାରେ ଏହା ବାଧକ ସାଜିଛି । ଯାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ଅଛନ୍ତି । ୧୯୬୫ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ ୫୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମରେ୧୪୬ ଓ ୧୦ମରେ ୧୪୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଉକ୍ତ ହାଇସ୍କୁଲଟି ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ବର୍ତ୍ତମାନ ଏଠାରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ପାଲଟିଛି ।
ଶ୍ରେଣୀ ଗୃହ ଅଭାବରୁ ୮ମ ଶ୍ରେଣୀରେ ଚଳିତବର୍ଷରେ ଅଧ୍ୟୟନ କରୁଥିବା ୧୦୧ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଲାଭ କରୁଛନ୍ତି । ସେହିପରି ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ଅନୁଯାୟୀ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହେଉଛି । ଏହିପରି ସ୍ଥଳେ ଏଠାରେ ଯୁକ୍ତ ୨ରେ ନାମ ଲେଖାଇଥିବା ପିଲାମାନେ କିପରି ଶିକ୍ଷାଲାଭ କରିବେ ତାକୁ ନେଇ ଶିକ୍ଷାବିତ୍ ମାନେ ଚିନ୍ତା ପ୍ରକଟ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ବାରମ୍ବାର ଖବର ପ୍ରକାଶିତ ହେଉଛି । ଶ୍ରେଣୀ ଗୃହ ସମସ୍ୟାକୁ ଦୂର କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳ,ବିଡ଼ିଓ ଏବଂ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ପାଇପାରିନଥିଲେ କିନ୍ତୁ ଶନିବାର ବିଧାୟକଙ୍କ ଉକ୍ତ ବିଦ୍ୟାଳୟରେ ପାଦ ପଡ଼ିବା ସହିତ ତାଙ୍କର ପ୍ରତିଶ୍ରୁତି ପରେ ଶ୍ରେଣୀଗୃହ ସମସ୍ୟା ଦୂର ହେବା ସହ ଏକ ଶିକ୍ଷାଲାଭ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହେବ ବୋଲି ଶିକ୍ଷାବିତ୍ଙ୍କ ସମେତ ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି ।
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।